www.samajalive.in
Monday, December 8, 2025
14.1 C
Bhubaneswar

ଛାତ୍ର ସଂସଦ ନିର୍ବାଚନ ମାର୍ଗଦର୍ଶିକା ; ୭୫ପ୍ରତିଶତରୁ କମ୍‍ ଉପସ୍ଥାନ ଛାତ୍ରଛାତ୍ରୀଙ୍କୁ ମିଳିବନି ସୁଯୋଗ

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ତେବେ ଏହି ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା ଆଣିବାପାଇଁ ବିଭାଗ ପକ୍ଷରୁ ପ୍ରାର୍ଥୀମାନଙ୍କ ଲାଗି କେତେକ କଟକଣା ଜାରି କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଅତି କମ୍‍ରେ ୭୫ପ୍ରତିଶତ କଲେଜରେ ଉପସ୍ଥାନ ଥିବ ସେମାନେ ହିଁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ପାରିବେ। ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ଅତି ବେଶିରେ ୧୫ରୁ ୨୨ବର୍ଷ ବୟସ ଧାର୍ଯ୍ୟ କରାଯାଇଥିବାବେଳେ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ୨୪ରୁ ୨୫ ରହିଛି। ଯଦି କୌଣସି ଛାତ୍ରଛାତ୍ରୀଙ୍କ ଉପରେ କଲେଜର କିଛି ବକେୟା ରହିଥିବ ତେବେ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‍ ଦିଆଯିବ। ଏହାବାଦ୍‍ ଅଣଛାତ୍ର ଏବଂ ଅପରାଧିକ ମାମଲାରେ ଜଡ଼ିତ ଛାତ୍ରଛାତ୍ରୀଙ୍କୁ ନିର୍ବାଚନରେ ଲଢ଼ିବାପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ତେବେ ନିର୍ବାଚନ ସମୟରେ ଛାତ୍ରଛାତ୍ରୀ ୫ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ। ସେହିପରି କଲେଜରେ ନିର୍ବାଚନରେ ଶାନ୍ତିଶୃଙ୍ଖଳା ଆଣିବାପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ। କୌଣସି ପ୍ରାର୍ଥୀ ଜାତିଗତ ହେଉ ଅବା ବର୍ଣ୍ଣ ବୈଷମ୍ୟଗତ ବିବାଦକୁ ନେଇ ଯଦି କିଛି ପ୍ରସଙ୍ଗ କରନ୍ତି ତେବେ ତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ପ୍ରକାର ପ୍ରଲୋଭନ କିମ୍ବା ଚାପ ସୃଷ୍ଟି ନକରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସରକାର ଦର୍ଶାଇଛନ୍ତି।
କୌଣସି ପ୍ରାର୍ଥୀ ଛାପା ପୋଷ୍ଟର ବ୍ୟାନ୍‍ର କଲେଜ କ୍ୟାମ୍ପସ ଭିତରେ ମାରି ପାରିବେ ନାହିଁ। ଯାହା ମାରିବେ ହାତ ତିଆରି କପି। ସେହିପରି ବାଣ-ବାଜା ଓ ଶୋଭାଯାତ୍ରା କରି କେହି କ୍ୟାମ୍ପସରେ ପତିଆରା ଦେଖାଇ ପାରିବେ ନାହିଁ କି ଜନପ୍ରତିନିଧିଙ୍କୁ ନେଇ ସାଧାରଣସଭା କରିପାରିବେ ନାହିଁ। ନିର୍ବାଚନ ପ୍ରକ୍ରିୟା ବେଳେ ଯଦି ପ୍ରାର୍ଥୀ ନିର୍ବାଚନ ନୀତି ନିୟମ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଡିନ୍‍ଙ୍କ ନିକଟରେ ଅଭିଯୋଗ କରିପାରିବେ। ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଅଭିଯୋଗ ପ୍ରକୋଷ୍ଠ ରହିବ। ଅଭିଯୋଗଗୁଡିକୁ ଶୁଣାଣି କରାଯାଇ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି।

- Advertisement -

ସୂଚନା  ଯୋଗ୍ୟ ଯେ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର କଲେଜ ନିର୍ବାଚନ ତାରିଖ ଘୋଷଣା ହୋଇଛି। ପ୍ରତ୍ୟେକ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଲାଗି ଆସନ୍ତା ଅକ୍ଟୋବର ୩ତାରିଖରେ ପ୍ରାଥୀିପତ୍ର ଘୋଷଣା କରାଯିବାକୁ ଦିନଧାର୍ଯ୍ୟ କରାଯାଇଥିବାବେଳେ ୧୧ରେ ଭୋଟ ମତଦାନ କରାଯିବ। ତେବେ ଏହି ନିର୍ବାଚନ ପ୍ରକ୍ରିୟା ବେଳେ ଯେଭଳି ଶାନ୍ତିଶୃଙ୍ଖଳା ବଜାୟ ରହେ ଏବଂ ଲିଙ୍ଗଡୋ କମିଶନଙ୍କ ନିର୍ଦେଶନାମା କାର୍ଯ୍ୟକାରୀ ହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ଆଞ୍ଚଳିକ ନିର୍ଦେଶକ ଓ ଉଚ୍ଚଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି।
ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ଶାସନ ସଚିବ ପାର୍ଥସାରଥି ମିଶ୍ର ଜାରି କରିଥିବା ମାର୍ଗଦର୍ଶିକାରେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ ଅକ୍ଟୋବର ପହିଲାରେ କଲେଜ ନୋଟିସ୍‍ ବୋର୍ଡରେ ନିର୍ବାଚନ ବିଭିନ୍ନ ସୂଚନା ନୋଟିସ୍‍ ଲଗାଯିବ। ୩ତାରିଖରେ ଛାତ୍ରଛାତ୍ରୀମାନେ ନାମାଙ୍କନପତ୍ର ଦାଖଲ କରିବେ। ୪ତାରିଖରେ ନାମାଙ୍କନପତ୍ର କାଏମର ବିଜ୍ଞପ୍ତିନାମା ପ୍ରକାଶ ପାଇବ ଏବଂ ଅପରାହ୍ନରେ ଯେଉଁ ପ୍ରାର୍ଥୀ ତାଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିବାକୁ ଚାହିଁବେ କରିପାରିବେ। ଉକ୍ତଦିନ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ତାରିଖରେ କାର୍ହିଁକି ମୁଁ ପ୍ରାର୍ଥୀ ହୋଇଛି ସେନେଇ ବୈଠକ ହେବ। ୧୧ରେ ମତଦାନ ଗ୍ରହଣ କରାଯିବା ସହିତ ଫଳାଫଳ ଘୋଷଣା କରାଯିବ ଏବଂ ୧୨ରେ ନିର୍ବାଚିତ ପ୍ରତିନିଧିମାନେ ଶପଥ  ଗ୍ରହଣ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories