ପଞ୍ଚାମୃତ ଖାଇ ଶତାଧିକ ଅସୁସ୍ଥ
ମାଲକାନଗିରି: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଏମଭି-୩୫ ଗ୍ରାମରେ ଆୟୋଜିତ ଏକ ତ୍ରିନାଥ ମେଳାରେ ପଞ୍ଚାମୃତ ଖାଇ ମଙ୍ଗଳବାର ଝାଡାବାନ୍ତିରେ ଶତାଧିକ ଗ୍ରାମବାସୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋରୁକୋଣ୍ଡା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଈ କ୍ଷୀରରେ ପ୍ରସ୍ତୁତ ହୋଇଥିବା ପଞ୍ଚାମୃତକୁ ଏହି ଲୋକମାନେ ଖାଇବା ପରେ ଅସୁସ୍ଥ ଅନୁଭବ କରିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡିଥିଲେ। ତୁରନ୍ତ ସମସ୍ତଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଏଣେ ଗ୍ରାମର ଯେଉଁ
ଗାଈର କ୍ଷୀରରୁ ଏହି ପଞ୍ଚାମୃତ ପ୍ରସ୍ତତ କରାଯାଇଥିଲା ତାର ସ୍ୱାସ୍ଥ୍ୟ ପରୀକ୍ଷା ପଶୁଧନ ନିରୀକ୍ଷକ କରିଥିଲେ। ଗାଈଟିକୁ ପାଗଳା କୁକୁର କାମୁଡିଥିବା ପରୀକ୍ଷାରୁ ଜଣାପଡିଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି। ଏହି ଘଟଣା ପରେ ଗାଁର ସମସ୍ତ ଗାଈଗୁଡିକ ସହ ୨୪୦ଜଣ ଲୋକଙ୍କୁ ପ୍ରତିଶେଧକ ଟୀକା ପ୍ରଦାନ କରାଯାଇଥିବା ଜଣାପଡିଛି।