www.samajalive.in
Sunday, December 14, 2025
26.1 C
Bhubaneswar

ଚତୁର୍ଥ ଦିନରେ ବ୍ଲକ୍ କର୍ମଚାରୀଙ୍କ ଆନ୍ଦୋଳନ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟୁଣୀ ଗ୍ରା:ପ କାର୍ଯ୍ୟାଳୟରେ ଗତ ୧୩ ତାରିଖ ଦିନ ନିର୍ଵାହୀ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା କଲମଛାଡ ଆନ୍ଦୋଳନ ଚତୁର୍ଥ ଦିବସରେ ପହଞ୍ଚିଛି। ଶନିବାର ସକାଳ ୧୦ ଘଟିକା ସମୟରେ କର୍ମଚାରୀ ମାନେ କାର୍ଯ୍ୟାଳୟ ପରିସର ଏକାଠି ହୋଇ ଆଲୋଚନା କରିବା ପରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ନିଜର ସୁରକ୍ଷା ସମ୍ଵନ୍ଧରେ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଶର୍ମା କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିବା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିଵ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ରାଜ୍ୟ କର୍ମଚାରୀ ସଂଘର ପରାମର୍ଶ କ୍ରମେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଆଠଗଡ ବ୍ଲକ କର୍ମଚାରୀମାନେ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୋମବାର ମଧ୍ଯ କର୍ମଚାରୀ ମାନେ କଲମ ଛାଡ ଆନ୍ଦୋଳନ ଜାରି ରଖିଥିବାରୁ ବ୍ଲକ କାର୍ଯ୍ଯାଳୟ ଓ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ ନିକଟରେ ଆଠଗଡରେ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆକାଶ କୁମାର ପଣ୍ଡା ଘଟଣା ଘଟିବାର ପରଦିନ ଛୁଟି ନେବା ଫଳରେ ତିଗିରିଆ ବିଡିଓଙ୍କୁ ଆଠଗଡ ବ୍ଲକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ମାତ୍ର ତିଗିରିଆ ବିଡିଓ ପ୍ରଣଵ କୁମାର ବେହେରା ପଦୋନ୍ନତି ପାଇ ବାଙ୍କୀ ଉପଜିଲ୍ଲାପାଳ ଭାବେ ବଦଳି ହୋଇଥିବାରୁ ଏଠାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। କର୍ମଚାରୀ ମାନେ ଆନ୍ଦୋଳନ କରିବା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ, ହିତାଧିକାରୀ ଚିହ୍ନଟ ଓ ଗ୍ରାମସଭା ପରିଚାଳନା ଆଦି କାର୍ଯ୍ୟ ବ୍ୟାହତ ହୋଇଛି। ଖୁଣ୍ଟୁଣୀ ପିଇଓଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ନକରିବା ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି। ଏହି ଆନ୍ଦୋଳନ ଯୋଗୁଁ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ଏହି ଘଟଣାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories