www.samajalive.in
Sunday, December 14, 2025
23.1 C
Bhubaneswar

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଛାତ୍ର ଗିରଫ, ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଛାତ୍ରକୁ ଗିରଫ କଲା ପୁଲିସ । ଛାତ୍ର ଜଣକ ୟୁପିର ଲକ୍ଷ୍ନୌର ବୋଲି ଜଣାପଡିଛି । ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ବିମାନବନ୍ଦରରୁ ଛାତ୍ରକୁ ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ଓ ଲାପଟପ୍ ଜବତ ହୋଇଛି । ଅନ୍ୟପଟେ କିଟ୍ ବିଶ୍ବବିଦ୍ୟାଳୟ ସାଇନ୍ ଏ ଡାଏ ଘୋଷଣା କରି ନେପାଳ ଛାତ୍ରଛାତ୍ରୀଙ୍କୁ ତାଙ୍କ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇ ପରେ ପୁଣି ଫେରିବାକୁ ଅପିଲ୍ କରିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ କଟକ ରେଳ ଷ୍ଟେସନରେ ଛାଡି ଦେଇ ଯିବାକୁ ନିର୍ଦ୍ଦେଶ ଦେଇଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ଏ ସଂକ୍ରାନ୍ତରେ ନେପାଳରେ ଝଡ ଉଠିଥିଲା । ଏପରିକି ନେପାଳ ସଂସଦରେ ଏ ପ୍ରସଙ୍ଗ ଉଠିବା ପରେ ଗମ୍ଭୀରତାର ସହ ନେଇଥିଲେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି । ପରେ ପୁଣି ସମସ୍ତ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅପିଲ୍ କରିଛି । ସୂଚନାଯୋଗ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟ୍ ଏବେ ଚର୍ଚ୍ଚାରେ ରହିଛି । ଗିରଫ ଛାତ୍ରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଥିଲା ।

ଅନ୍ୟପଟେ ବିଶ୍ବବିଦ୍ୟାଳୟର ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । OSRTC ବସ୍‌ରେ ସେମାନଙ୍କୁ ଫେରାଇ ଅଣାଯିବ ଏବଂ ଭବିଷ୍ୟତରେ ଯେପରି ଧମକ ନ ମିଳେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories