www.samajalive.in
Saturday, December 13, 2025
26.1 C
Bhubaneswar

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଛାତ୍ର ଗିରଫ, ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଛାତ୍ରକୁ ଗିରଫ କଲା ପୁଲିସ । ଛାତ୍ର ଜଣକ ୟୁପିର ଲକ୍ଷ୍ନୌର ବୋଲି ଜଣାପଡିଛି । ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ବିମାନବନ୍ଦରରୁ ଛାତ୍ରକୁ ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ଓ ଲାପଟପ୍ ଜବତ ହୋଇଛି । ଅନ୍ୟପଟେ କିଟ୍ ବିଶ୍ବବିଦ୍ୟାଳୟ ସାଇନ୍ ଏ ଡାଏ ଘୋଷଣା କରି ନେପାଳ ଛାତ୍ରଛାତ୍ରୀଙ୍କୁ ତାଙ୍କ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇ ପରେ ପୁଣି ଫେରିବାକୁ ଅପିଲ୍ କରିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ କଟକ ରେଳ ଷ୍ଟେସନରେ ଛାଡି ଦେଇ ଯିବାକୁ ନିର୍ଦ୍ଦେଶ ଦେଇଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ଏ ସଂକ୍ରାନ୍ତରେ ନେପାଳରେ ଝଡ ଉଠିଥିଲା । ଏପରିକି ନେପାଳ ସଂସଦରେ ଏ ପ୍ରସଙ୍ଗ ଉଠିବା ପରେ ଗମ୍ଭୀରତାର ସହ ନେଇଥିଲେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି । ପରେ ପୁଣି ସମସ୍ତ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅପିଲ୍ କରିଛି । ସୂଚନାଯୋଗ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟ୍ ଏବେ ଚର୍ଚ୍ଚାରେ ରହିଛି । ଗିରଫ ଛାତ୍ରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଥିଲା ।

ଅନ୍ୟପଟେ ବିଶ୍ବବିଦ୍ୟାଳୟର ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । OSRTC ବସ୍‌ରେ ସେମାନଙ୍କୁ ଫେରାଇ ଅଣାଯିବ ଏବଂ ଭବିଷ୍ୟତରେ ଯେପରି ଧମକ ନ ମିଳେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories