www.samajalive.in
Monday, December 15, 2025
17.1 C
Bhubaneswar

ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟରେ ବନ୍ଦ ପ୍ରଭାବ ଶୂନ୍ୟ

କଟକ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନରେ ପରିବର୍ତ୍ତନ  ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ବିରୋଧରେ  ସାରା ଦେଶରେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି ।

ସୋମବାର ସକାଳେ ରାଜସ୍ଥାନର ଭରତପୁରଠାରେ ମହିଳାମାନେ ହାତରେ ବାଡ଼ି ଧରି ରାସ୍ତା ଅବରୋଧ କରିଛନ୍ତି। ସେହିପରି ବାଡ଼ମେରଠାରେ ବନ୍ଦ ସପକ୍ଷବାଦୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧରେ ୨୫ଜଣ ଆହତ ହୋଇଛନ୍ତି। ପଞ୍ଜାବ ପଟିଆଲାରେ ମଧ୍ୟ ଟ୍ରେନ ରୋକ କରାଯିବା ସହ ଏଥିରେ ବ୍ୟାପକ ଅନୁପାତରେ ମହିଳା ସାମିଲ ଥିବା ପରିଲକ୍ଷିତ ହୋଇଥିଲା। ସେହିପରି ବିହାର ରାଜ୍ୟର ଆରାରିଆ, ସୁପୋଲ, ମଧୁବନୀ, ଦରଭଙ୍ଗା, ଜହାନାବାଦ୍‌ ଓ ଆରା ପରି ଅଞ୍ଚଳରେ ମଧ୍ୟ ଟ୍ରେନ ଚଳାଚଳ ପ୍ରଭାବିତ ହେବା ସହ ରାସ୍ତା ଅବରୋଧ ହୋଇଥିଲା।

- Advertisement -

ସେହିପରି ଓଡ଼ିଶାର ସମ୍ବଲପୁର, ରାଉରକେଲା, ବଲାଙ୍ଗିରରେ ମଧ୍ୟ ଆନ୍ଦୋଳନକାରୀଙ୍କ ଦ୍ୱାରା ରେଳ ରୋକ କରାଯାଇ ଥିଲା। ଦଳିତ ସଂଗଠନ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟାନ୍ୟ କିଛି ସଂଗଠନ ସମର୍ଥନ କରିଥିଲେ । ଅନଗୁଳ ଜିଲାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏସସିଏସଟି ସଙ୍ଘ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ରେ ଆଜି୫୫ନମ୍ବର ଜାତୀୟ ରାଜପଥର ରାସ୍ତାରୋକ କରାଯାଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଛିଡା ହୋଇ ରହିଛି । ପୁଲିସ ପହଂଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛି ।

ତେବେ ଏହାର ପ୍ରଭାବ ପଞ୍ଜାବରେ ସବୁଠାରୁ ଅଧିକ ଦୃଶ୍ୟମାନ ହୋଇଛି। ସୋସିଆଲ ମିଡିଆରେ ଅପପ୍ରଚାର ଆଶଙ୍କାରେ ପଞ୍ଜାବର କେତେକ ସ୍ଥାନରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଅପରପକ୍ଷରେ ଏହି ବନ୍ଦକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣିତ ବୋଲି କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନ୍‌ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସୁପ୍ରିମ କୋର୍ଟରେ ପୁର୍ନବିଚାର ଆବେଦନ କରିବାକୁ ଘୋଷଣା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories