www.samajalive.in
Tuesday, December 9, 2025
16.1 C
Bhubaneswar

ସାବାଡ଼ ହେବେ ଅମାନିଆ – ସମ୍ବଲପୁରରେ ବ୍ୟାପକ କଟକଣା ଜାରି

ସମ୍ବଲପୁର (ବିରାଜ ମିଶ୍ର): କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲା ପ୍ରଶାସନ ତରଫରୁ ଲକ ଡାଉନକୁ ଆହୁରୀ କଡାକଡି ଭାବରେ ଲାଗୁ କରିବା ପାଇଁ କଟକଣା ଜାରି କରାଯାଇଛି। ଲକ ଡାଉନ ସତ୍ୱେ ବହୁ ସମୟରେ ଲୋକେ ଅମାନିଆ ହୋଇ ଘୂରି ବୁଲୁଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉ ନ ଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଲାଗି ରହିଛି। ଯାହା ଫଳରେ ମଙ୍ଗଳବାର ଜିଲା ପ୍ରଶାସନ ତରଫରୁ ବ୍ୟାପକ କଟକଣା ଜାରି କରାଯାଇଛି।

ଜିଲା ପ୍ରଶାସନ ତରଫରୁ ଜାରି ନିର୍ଦ୍ଦେଶାନୁଯାୟୀ, କେବଳ ଔଷଧ ଦୋକାନ ଛଡା ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଗୁଡିକ ସକାଳ ୭ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲୁ ରହିବ। ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଅତି ଜରୁରୀକାଳୀନ ପରିସ୍ଥିତି ଯଥା ଔଷଧ ଅଥବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯାତାୟାତ ପାଇଁ ଅନୁମତି ଦିଆଯିବ। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଯାନ ଗୁଡିକ ଯାତାୟାତ କରିପାରିବେ। ହେଲମେଟ ପିନ୍ଧିଥିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ହିଁ ପେଟ୍ରୋଲ କିଣିବା ପାଇଁ ଅନୁମତି ଦିଆଯିବ। ଜନତା ଘରୁ ବାହାରିବା ମାତ୍ରେ ମୁହଁ ଓ ନାକକୁ ଢ଼ାଙ୍କୁଥିବା ମାସ୍କ ପିନ୍ଧି ବାହାରିବେ। ଜିଲା ମଧ୍ୟରେ ଜାରି ନିର୍ଦ୍ଦେଶାବଳୀର ଉଲ୍ଲଂଘନକାରୀ ମାନଙ୍କ ବିରୋଧରେ ଆପଦା ପ୍ରବନ୍ଧନ ଆଇନ ୨୦୦୫ ଓ ଆଇପିସି ୧୮୬୦ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ତରଫରୁ ସୂଚାଇ ଦିଆଯାଇଛି। ବୁଧବାରଠାରୁ ଜିଲା ପ୍ରଶାସନ ଓ ପୁଲିସ ବିଭାଗ ଏହି ନିର୍ଦ୍ଦେଶକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଅଣ୍ଟା ଭିଡିଥିବାର ଜଣାପଡିଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories