www.samajalive.in
Sunday, December 7, 2025
14.1 C
Bhubaneswar

ପଥପ୍ରାନ୍ତ ନାଟକ କଳାକାରଙ୍କ ଜୀବନ ଜୀବିକା ପାଇଁ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ପଥପ୍ରାନ୍ତ ନାଟକ କଳାକାରମାନଙ୍କର ‘ଜୀବନ ଜୀବିକା’ କିଭଳି ଏହି କରୋନା ମହାମାରୀ ସମୟରେ ସୁରକ୍ଷିତ ରହିବ ଏବଂ କଳାକାରମାନେ ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଛକଠାରୁ ସଙ୍ଗୀତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ ସଭାପତି ଶତୃଘ୍ନ ସାମଲ ଓ ସମ୍ପାଦକ ଜିତେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଥିବା ୫୦ରୁ ଅଧିକ ପଥପ୍ରାପ୍ତ ନାଟକ ଦଳ ଏଥିରେ ସାମିଲ ହୋଇଥିଲେ। ସବୁ ପଥପ୍ରାନ୍ତ କଳାକାରମାନେ ଭିନ୍ନ ଭିନ୍ନ ଚରିତ୍ରରେ ସଜ୍ଜିତ ହୋଇ ନିଜ ପେଟପାଟଣା ପାଇଁ ସରକାରଙ୍କ ନିକଟରେ ଅଭିନବ ଉପାୟରେ ଦାବି ଉପସ୍ଥାପନ କରିଥିଲେ। ଯାହା ରବୀନ୍ଦ୍ର ମଣ୍ଡପ ଛକ ରାସ୍ତା ଦେଇ ଯାଉଥିବା ପଥଚାରୀମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥିଲା।

- Advertisement -

ଆସନ୍ତା ୧୫ ଦିନ ମଧ୍ୟରେ ପଥପ୍ରାନ୍ତ ନାଟକ କରିବାକୁ ସୁଯୋଗ ନ ଦେଲେ ଓଡ଼ିଶାର ବିଭିନ୍ନ ଜିଲାରେ ପଥପ୍ରାନ୍ତ ନାଯକ ମହାସଂଘ ପକ୍ଷରୁ ପୁନର୍ବାର ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଥିଲେ। ନିଜର ପେଟପାଟଣା ଓ ଜୀବନ ଜୀବିକା ନିର୍ବାହ ପାଇଁ ୧୫ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସେମାନେ ଅନୁରୋଧ କରିଥିଲେ। ଓଡ଼ିଶାର ବିଭିନ୍ନ ପଥପ୍ରାନ୍ତ ନାଟକ ଦଳ ଯଥା ସଂଯୋଗ, ଟିମ୍‍, ମାଟି, ପପେଟ୍‍, ସୁତ୍ରଧର, ନୂପୁର, କ୍ୟାଲିନେଟ୍‍, ଟାଣ୍ଡମ୍‍, ଇନ୍‍ସାଫ୍‍, କଣ୍ଢେଇଘର, ଚେତାବନୀ, ନାଟ୍ୟଦୀପ, ମା ଜଗେଶ୍ୱର କଳା ପରିଷଦ, ମା ଦୁଲାଦେଇ ନାଟ୍ୟଗ୍ରୁପ୍‍, ବନ୍ଦେ ମାତରମ୍‍, ରାହା, ସୁଏଫ୍‍ଟ୍‍ ଇତ୍ୟାଦି ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories