www.samajalive.in
Saturday, December 6, 2025
26.1 C
Bhubaneswar

ଧର୍ମେନ୍ଦ୍ରଙ୍କୁ ପଛରେ ପକାଇଲେ ରାଜକୁମାର

ମୁମ୍ବଇ : ବକ୍ସ ଅଫିସ୍‍ରେ ଚଳିତ ସପ୍ତାହରେ ୨ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏକ ପାର୍ଶ୍ବରେ ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ‘ସ୍ତ୍ରୀ’ ଅପର ପାର୍ଶ୍ବରେ ଦେଓଲ ପରିବାରର ‘ୟମ୍‍ଲା ପଗ୍‍ଲା ଦିୱାନା ଫିର୍‍ ସେ’। ମୁକ୍ତିଲାଭର ପ୍ରଥମ ଦିନରେ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ସ୍ତ୍ରୀ’ ଆଶାରୁ ଅଧିକ ଆୟ କରିଥିବା ବେଳେ ଏପଟେ ଧର୍ମେନ୍ଦ୍ରଙ୍କ ‘ୟମ୍‍ଲା ପଗ୍‍ଲା ଦିୱାନା ଫିର୍‍ ସେ’ ର ବ୍ୟବସାୟ ମାନ୍ଦା ହୋଇଥିବା ଜଣାପଡ଼ିଛି। ପୁଣି ଦ୍ୱିତୀୟ ଦିନର ଆୟର ହିସାବ ଆସିଯାଇଛି ଯେଉଁଥିରେ ଦେଓଲ ପରିବାର ଉପରେ ‘ସ୍ତ୍ରୀ’ ଭାରି ପଡ଼ିଥିବା ଦେଖିବାକୁ ମିଳିଛି।
‘ସ୍ତ୍ରୀ’ ଏକ ହରର୍‍ କମେଡ଼ି ଆଧାରିତ ଚଳଚ୍ଚିତ୍ର। ଏଥିରେ ପ୍ରଥମ ଥର ପାଇଁ ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କୁ ଏକ ସଙ୍ଗେ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରର ପ୍ରଥମ ଦିନର ଆୟ ଚଳଚ୍ଚିତ୍ର ସମୀକ୍ଷକ ମାନଙ୍କ ଆଶାଠାରୁ ଅଧିକ ହୋଇଥିଲା। ଏହାର ପ୍ରଥମ ଦିନର ଆୟ ୬.୮୨ କୋଟି ଥିବା ବେଳେ ଦ୍ୱିତୀୟ ଦିନର ଆୟ ପ୍ରାୟ ୭ କୋଟି ରହିଛି। ‘ସ୍ତ୍ରୀ’ ଚଳଚ୍ଚିତ୍ରର ବର୍ତ୍ତମାନ ସୁଦ୍ଧା ସମୁଦାୟ ଆୟ ୧୩.୮୨ କୋଟିରେ ପହଞ୍ଚିଛି।
ସେହିପରି ‘ୟମ୍‍ଲା ପଗ୍‍ଲା ଦିୱାନା ଫିର୍‍ସେ’ ଚଳଚ୍ଚିତ୍ର କଥା କହିବାକୁ ଗଲେ ଏଥିରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ସନ୍ନି ଓ ବବିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ମୁକ୍ତିଲାଭର ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରର ଆୟ ପ୍ରାୟ ୧.୭୫ କୋଟି ହୋଇଥିବା ବେଳେ ଦ୍ୱିତୀୟ ଦିନ ଏହା ପ୍ରାୟ ୨କୋଟିର ଆୟ କରିଛି। ଅର୍ଥାତ୍‍ ବର୍ତ୍ତମାନ ସୁଦ୍ଧା ଏହାର ସମୁଦାୟ ଆୟ ୩.୭୫ କୋଟିରେ ପହଞ୍ଚିଛି। ଦୁଇ ଚଳଚ୍ଚିତ୍ରର ଆୟ ଅନୁସାରେ ‘ସ୍ତ୍ରୀ’ ଚଳଚ୍ଚିତ୍ର ‘ୟମ୍‍ଲା ପଗ୍‍ଲା ଦିୱାନା ଫିର୍‍ସେ’ ଉପରେ ପ୍ରଥମ ଦିନ ଠାରୁ ହିଁ ଭାରି ପଡ଼ିଥିବା ଜଣାପଡ଼ିଛି।‘ସ୍ତ୍ରୀ’ ର ବଜେଟ୍‍ ପ୍ରାୟ ୩୦ କୋଟି ହୋଇଥିବା ବେଳେ ‘ୟମ୍‍ଲା ପଗ୍‍ଲା ଦିୱାନା ଫିର୍‍ସେ’ ର ବଜେଟ୍‍ ପ୍ରାୟ ୨୫ କୋଟି ରହିଛି। ତେବେ ଆଗକୁ ଦେଖିବାର ଅଛି ଏହି ଦୁଇ ଚଳଚ୍ଚିତ୍ର ସମୁଦାୟ କେତେ ଟଙ୍କାର ବ୍ୟବସାୟ କରିବାରେ ସଫଳ ହେଉଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories