www.samajalive.in
Sunday, December 7, 2025
23.1 C
Bhubaneswar

ବିପଦସଙ୍କେତ ଟପିଲା ବୈତରଣୀ; ଜଳମଗ୍ନ ହେଲା ବହୁ ଚାଷଜମି

ଧାମନଗର : ବୈତରଣୀ ନଦୀର ବନ୍ୟାଜଳ  ଆଖୁଆପଦା ଠାରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ସେଠାକାର ବିପଦସଙ୍କେତ ୧୭. ୮୩ ମିଟର ଥିବା ବେଳେ ରବିବାର ଦିନ ୧୧ଟା ସୁଦ୍ଧା ତାହା ୧୭.୯୬ ମିଟରରେ ପ୍ରବାହିତ ହୋଇଛି। ଏହାର ଶାଖା ନଦୀ କୋଚିଳା ଓ ଗେଙ୍ଗୁଟୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ଧାମନଗର ବ୍ଲକ୍‍ରେ ଗୌରାଙ୍ଗପୁର ଓ ମଲ୍ଲୀମାହାରରେ ବୈତରଣୀ ନଦୀର ବନ୍ୟାଜଳ ଏବଂ  କନକେଇ, ଗାଇସ୍ଥଳୀ ଓ ମଠ ମାହାରାଠାରେ ଗେଙ୍ଗୁଟୀ ନଦୀର ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି। ଏହି ବନ୍ୟା ଜଳ ହଜାର ହଜାର ହେକ୍ଟର ଚାଷ ଜମିକୁ ମାଡ଼ି ଯାଇଛି । ବିଶେଷ କରି ପଧାନୀ, ସୋଇଦା, କରଦା, ଜଳାଙ୍ଗ, ଖଡ଼ିପଦା, ଆନନ୍ଦପୁର ଆଦି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି। କୋଚିଳା ଓ ଗେଙ୍ଗୁଟୀର ଜଳସ୍ତର ବୃଦ୍ଧି ଯୋଗୁ ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଗ୍ରାମର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ବନ୍ୟାକୁ ନେଇ ଜିଲା ପ୍ରଶାସନ ସଜାଗ ରହିଥିବା ସହ ବୋଟ, ଚାଉଳ ମଧ୍ୟ ମହଜୁଦ ରଖାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories