www.samajalive.in
Monday, December 15, 2025
27.1 C
Bhubaneswar

ଭକ୍ତିର ଦୃଢତା

ଭୁବନେଶ୍ଵର: ଭଗବାନ ଭକ୍ତର ଭକ୍ତି ପରୀକ୍ଷା ନାନାବିଧ ଉପାୟରେ କରିଥାନ୍ତି। ଭକ୍ତ ହରିଦାସଙ୍କ ଅଟଳ ଭକ୍ତି ସମ୍ପର୍କିତ ଏହି ପ୍ରସଙ୍ଗ। ହରିଦାସ ଶାନ୍ତିପୁର ନାମକ ଏକ ଅଞ୍ଚଳରେ ପହଞ୍ଚିଥିଲେ ଯେଉଁଠାରେ ଜଣେ ଅତ୍ୟାଚାରୀ ମୁସଲମାନ ଶାସକ ଥିଲେ। ସେଠାରେ ହିନ୍ଦୁମାନେ ସ୍ବାଭାବିକ ଭାବରେ ଆପଣା ଧର୍ମାଚରଣ କରିବା କଠିନ ଥିଲା। ଜଣେ ମୁସଲମାନ ହୋଇଥିଲେ ମଧ୍ୟ ହରିଦାସଙ୍କ ହରିଭକ୍ତି ମୁସଲମାନ ଅଧିକାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ବାଦଶାହଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ କରିଥିଲେ- ଅତି ଆଶ୍ଚର୍ଯ୍ୟଜନକ ଭାବେ ଜଣେ ମୁସଲମାନ ଫକିର ହିନ୍ଦୁ ଧର୍ମର ଭଜନ ନଗରର ପଥପ୍ରାନ୍ତରେ ଗାଉଛନ୍ତି। ଏହା ଆମର ଧର୍ମ ପ୍ରସାରକୁ ଗୁରୁତର ପ୍ରଭାବିତ କରିବ। ବାଦଶାହଙ୍କ ନିର୍ଦେଶରେ ହରିଦାସଙ୍କୁ ତତ୍କାଳ ଧରିଆଣି ଜେଲରେ ରଖାଯାଇଥିଲା। ଜେଲରେ ଥାଇ ହରିଦାସ ନିରନ୍ତର ହରିନାମ ଜପ କରୁଥାନ୍ତି। ଅନ୍ୟ ବନ୍ଦୀମାନେ ତାଙ୍କର ସୁମଧୁର କଣ୍ଠର ନାମ ଜପରେ ପ୍ରଭାବିତ ହୋଇ ଅନୁଗାମୀ ହେବାସହ ହରିନାମ ଜପ କଲେ। ଜଣେ କାଜିଙ୍କ (ବିଚାରକ) ନିକଟରେ ତାଙ୍କୁ ହାଜର କରାଗଲା। ‘ତୁମେ ଯଦି ଇସ୍‌ଲାମ୍‌ ଧର୍ମର ନିୟମକାନୁନ୍‌ ପାଳନ କର ତେବେ ତୁମକୁ ମୁକ୍ତ କରି ଦିଆଯିବ’। କାଜିଙ୍କର ଏହି ଆଦେଶର ପ୍ରତିବାଦରେ ହରିଦାସ କହିଥିଲେ- ‘କାଜି ସାହେବ! ଏ ସଂସାରର ମାଲିକ ଏକ, ତାଙ୍କ ଦୃଷ୍ଟିରେ ମଣିଷ-ମଣିଷ ଭିତରେ ପାର୍ଥକ୍ୟ ନାହିଁ। ଆମେ ଏକ ମଣିଷକୁ ଧର୍ମ ଭିତ୍ତିରେ ବାଣ୍ଟି ଦେଇଛୁ। ସେହି ହରି ପ୍ରତ୍ୟେକ ମନୁଷ୍ୟଙ୍କୁ ଅଧିକାର ଦେଇଛନ୍ତି ଯେ ଯେଉଁ ନାମରେ ତାଙ୍କୁ ଡାକି ପାରେ। ଏହି ପରିସ୍ଥିତିରେ ମୁଁ ଭଗବାନଙ୍କ ଦୃଷ୍ଟିରେ ଅପରାଧୀ ହେଲି କିପରି? ‘ସେ ସବୁ ଉପଦେଶ ଦେବା ଛାଡ଼ି ତୁମେ କଲ୍‌ମା ପଢ଼। ହରିନାମ ଛାଡ଼, ନଚେତ୍‌ ତୁମକୁ କଠୋର ଦଣ୍ଡ ମିଳିବ।’ କାଜିଙ୍କ ଏହି ଧମକରେ ତିଳେ ବି ଡରି ନଥିଲେ ହରିଦାସ। କ୍ରୋଧରେ ଅସ୍ଥିର କାଜି ଉତ୍ତ୍ୟକ୍ତ ହୋଇ କହିଥିଲେ- ଇଏ ଗୋଟିଏ ବିଧର୍ମୀ, ୟାକୁ ହାତବାନ୍ଧି ବଜାର ଭିତରେ ବୁଲାଇ ଶେଷ ନିଃଶ୍ବାସ ତ୍ୟାଗ ଯାଏ ବେତମାଡ଼ ଦିଆଯାଉ।’ ହୁକୁମ ପାଳିତ ହୋଇଥିଲା। ମାରିବା ବାଲା ଥକି ଯାଇଥିଲେ; ହେଲେ ହରିଦାସଙ୍କ ହରିନାମ ଗାନ ବନ୍ଦ ହୋଇ ନଥିଲା। ଶେଷରେ ଚେତନାଶୂନ୍ୟ ହେଲାପରେ ହରିଦାସ ମରିଗଲେ ଭାବି ତାଙ୍କୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଇଥିଲା। ରଖେ ହରି ମାରେ କିଏ? ଯାହାକୁ ହରି ରଖିବେ ତାକୁ କିଏ ମାରିପାରିବ? ସ୍ବୟଂ ଶ୍ରୀହରି ଯେ ତାଙ୍କର ରକ୍ଷାକବଚ। ଚୈତନ୍ୟହୀନ ଶରୀରରେ ଚେତନାର ସ୍ପନ୍ଦନ ହୋଇଥିଲା ଓ ଗଙ୍ଗା ଜଳରୁ ବାହାରି ଆସିବା ଦେଖି ମୁସଲମାନ ଅଧିକାରୀମାନଙ୍କର ପ୍ରତ୍ୟୟ ହେଲା ସମ୍ଭବତଃ ଇଏ ଏକ ଦିବ୍ୟାତ୍ମା। ହରିଦାସଙ୍କ ପାଦଧରି କ୍ଷମା ମାଗିଥିଲେ। ହରିଦାସ ସେମାନଙ୍କୁ କ୍ଷମା କରି କହିଥିଲେ- ‘ମୋ ସାଥିରେ ଯାହା ହେଲା ସେସବୁ ଥିଲା ବିଧି ନିର୍ଦିଷ୍ଟ। ତୁମେ ମାନେ ତ ନିମିତ୍ତ ମାତ୍ର। ଭଗବାନ ଏହା ମାଧ୍ୟମରେ ମୋର ପରୀକ୍ଷା ନେଉଥିଲେ। ବାସ୍ତବରେ ଭଗବାନ ପରୀକ୍ଷା କରୁଥିଲେ ମୁଁ ଭକ୍ତ କି ନୁହଁ।’ ଏହା ଶୁଣି ଉପସ୍ଥିତ ସମସ୍ତେ ତାଟକା ହୋଇଯାଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories