www.samajalive.in
Monday, December 8, 2025
14.1 C
Bhubaneswar

କୃଷକଙ୍କୁ ବଦନାମ କରିବା ବନ୍ଦ କରନ୍ତୁ ସରକାର – ସୁଖବୀର ସିଂ ବାଦଲ

ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ଶୁକ୍ରବାର କହିଛନ୍ତି ଯେ ସରକାର କୃଷକଙ୍କୁ ବଦନାମ କରିବା ବନ୍ଦ କରିବା ଉଚିତ ଏବଂ ବିବାଦୀୟ କୃଷି ଆଇନକୁ ରଦ୍ଦ କରିବାର ଉପାୟ ସମ୍ପର୍କରେ ଆଲୋଚନା କରିବା ଉଚିତ। ସେ କହିଛନ୍ତି, ଦିଲ୍ଲୀ ସୀମାରେ ପ୍ରବଳ ଥଣ୍ଡାରେ ଖୋଲା ସ୍ଥାନରେ ପ୍ରଦର୍ଶନ କରୁଥିବା କୃଷକଙ୍କ ଦୁଃଖ ପ୍ରତି କେନ୍ଦ୍ର ସରକାର ଅସମ୍ବେଦନଶୀଳ ମନୋଭାବ ଗ୍ରହଣ କରିଛନ୍ତି। ସଂସଦ ଅଧିବେଶନରେ ପାରିତ ହୋଇଥିବା ତିନୋଟି କୃଷି ଆଇନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବାରୁ ସରକାର ଚାଷୀଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି ବୋଲି ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ।

କୃଷକଙ୍କୁ ଜିଦଖୋର ଆଖ୍ୟା ଦେଇ ବଦନାମ କରୁଥିବା କେନ୍ଦ୍ର ସରକାରକୁ ସମାଲୋଚନା କରି ବାଦଲ କହିଛନ୍ତି ଯେ ପ୍ରକୃତ କଥା ହେଉଛି ଏହି ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ମନା କରି କେନ୍ଦ୍ର ହିଁ ବାଧା ସୃଷ୍ଟି କରୁଛି ଯାହା ଦେଶର ଚାଷୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ଏହି ତିନୋଟି ଆଇନକୁ ଆନ୍ତରିକତାର ସହ ପ୍ରତ୍ୟାହାର କରିବାର ଉପାୟ ଉପରେ କେନ୍ଦ୍ର ସରକାର ଆଲୋଚନା କରିବା ଉଚିତ। ଆବଶ୍ୟକ ପଡିଲେ ସରକାର ଏକ ଦିନିକିଆ ଅଧିବେଶନ ଡାକି ଏହି ୩ଟି ଆଇନକୁ ପ୍ରତ୍ୟାହାର କରିବା ଉପରେ ପଦକ୍ଷେପ ନେବା ଉଚିତ ।

- Advertisement -

ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଏକ ମାନବବାଦୀ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିବା ବାଦଲ କହିଛନ୍ତି ଯେ ଗତ ଏକ ମାସ ମଧ୍ୟରେ ୪୦ରୁ ଅଧିକ ଚାଷୀ ପ୍ରାଣ ହରାଇଛନ୍ତି। ଛଅ ମାସ ପୂର୍ବରୁ ଅଧ୍ୟାଦେଶ ଭାବେ ଏହି ପ୍ରସଙ୍ଗ ଆସିବା ପରେ କୃଷକମାନେ ଏହି ପଦକ୍ଷେପ ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି। ସରକାର ପାଞ୍ଚ ମାସ ଧରି କୃଷକଙ୍କ ଅଭିଯୋଗ ଶୁଣିବାକୁ ମନା କରିଦେଇଥିଲେ ଏବଂ ଯେତେବେଳେ କୃଷକମାନେ ଦିଲ୍ଲୀର ସୀମା ଅବରୋଧ କରିଥିଲେ ସେତେବେଳେ ଆଲୋଚନା ଆରମ୍ଭ କରିଥିଲେ। ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା ଭଲ ନୁହେଁ ବୋଲି ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories