www.samajalive.in
Friday, December 5, 2025
27.1 C
Bhubaneswar

ପଞ୍ଚମ ଥର ପାଇଁ ରୁଷ୍‌ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁତିନ୍

ମସ୍କୋ : ଭ୍ଲାଦିମୀର ପୁତିନ ମଙ୍ଗଳବାର ରେକର୍ଡ ପଞ୍ଚମ ଥର ପାଇଁ ରୁଷ୍‌ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ରେମଲିନ୍‌ରେ ଆୟୋଜିତ ଶପଥଗ୍ରହଣ ଉତ୍ସବକୁ ଆମେରିକା ସମେତ କେତେ ପାଶ୍ଚାତ୍ୟ ରାଷ୍ଟ୍ରର କୂଟନୀତିଜ୍ଞ ବର୍ଜନ କରିଥିବା ଜଣାପଡିଛି। ୭୧ ବର୍ଷୀୟ ପୁତିନ ୧୯୯୯ରୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। କେବଳ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ପୁତିନ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ୨୦୨୨ ଫେବୃଆରୀ ୨୪ରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରଠାରୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପୁତିନ୍‌ଙ୍କ ଶତ୍ରୁ ପାଲଟିଛନ୍ତି। ରାଷ୍ଟ୍ରପତିଭାବେ ଶପଥ ନେବାପରେ ପୁତିନ କହିଛନ୍ତି ଯେ ପାଶ୍ଚାତ୍ୟ ରାଷ୍ଟ୍ର ସହ ଆଲୋଚନା ଦ୍ବାରକୁ ଖୋଲା ରଖିବାକୁ ସେ ପ୍ରସ୍ତୁତ ଅଛନ୍ତି। ତେବେ ରୁଷ୍‌ର ସମ୍ମାନ ହାନି ହେବାଭଳି କୌଣସି ପଦକ୍ଷେପ ସେ ଗ୍ରହଣ କରିବେ ନାହିଁ। ରୁଷ୍‌ବାସୀଙ୍କ ଦୃଢ ସମର୍ଥନ ଯୋଗୁଁ ଦେଶ ଆଜି ସମସ୍ତ ପ୍ରକାର କଟକଣାର ଉଚିତ ମୁକାବିଲା କରିପାରିଥିବା ସେ କହିଛନ୍ତି। ଗତ ମାର୍ଚ୍ଚରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ପୁତିନ୍‌ଙ୍କ ଦୃଢ ସମାଲୋଚକ କୁହାଯାଉଥିବା ୪୮ ବର୍ଷୀୟ ଆଲେକ୍ସି ନାଭାଲ୍‌ସିିଙ୍କର ସାଇବେରିଆ ଜେଲ୍‌ରେ ମୃତ୍ୟୁ ଘଟିବା ପରେ ବିଦେଶୀ ଗଣମାଧ୍ୟମଗୁଡିକ ପୁତିନ୍‌ଙ୍କୁ ଦାୟୀ କରିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଏହାର କୁପ୍ରଭାବ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଟାଣୁଆ ପ୍ରତିଦ୍ବନ୍ଦ୍ବୀଙ୍କ ଅଭାବରୁ ପୁଟିନ ବିପୁଳ ଭୋଟରେ ବିଜୟୀ ହୋଇପାରିଥିଲେ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories