www.samajalive.in
Saturday, December 6, 2025
16.1 C
Bhubaneswar

ତୃତୀୟ ପର୍ଯ୍ୟାୟରେ ମୋଟ ୬୪.୪୦ପ୍ରତିଶତ ମତଦାନ: ଆସାମରେ ସର୍ବାଧିକ ୮୧.୬୧ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଇଭିଏମରେ ସିଲ୍‌‌ ହୋଇଛି ବଡ ବଡ ନେତାଙ୍କ ଭାଗ୍ୟ। ତେବେ ଦୁଇଟି ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ଭୋଟ ହାର କମିଛି। ତୃତୀୟ ପର୍ଯ୍ୟାୟରେ ୯୩ଟି ଲୋକସଭା ଆସନରେ ମୋଟ ୬୪.୪୦ ପ୍ରତିଶତ ମତଦାନ ହୋଇଛି। ସବୁଠୁ ଅଧିକ ଭୋଟିଂ ଆସାମରେ ହୋଇଛି। ଆସାମରେ ୮୧.୬୧ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ କମ ଭୋଟିଂ ଉତ୍ତରପ୍ରଦେଶରେ ୫୭.୩୪ପ୍ରତିଶତ ହୋଇଛି। ଏହି ପର୍ଯ୍ୟାୟରେ ଗୁଜୁରାଟରେ ୨୫ଟି ଯାକ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯାଇଛି। ଏହାଦ୍ୱାରା ଗୁଜୁରାଟରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସେହିପରି ଗୋଆର ୨ଟି ସିଟ୍‌‌, ଦାଦର ନଗର ହାଭେଲି ଓ ଦାମନ ଡିୟୁରେ ୨ଟି ଲେଖାଏଁ ସିଟରେ ଭୋଟ ଗ୍ରହଣ କରାଯିବା ପରେ ଏଠାରେ ମଧ୍ୟ ନିର୍ବାଚନ ଶେଷ ହୋଇଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories