www.samajalive.in
Friday, December 5, 2025
23.1 C
Bhubaneswar

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାଓଁ ଜିଲାରେ ମଙ୍ଗଳବାର ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଲସ୍କର-ଇ-ତୋଇବାର ତୁଙ୍ଗ କମାଣ୍ଡର ବସିତ୍‌ ଦର୍‌ ସାମିଲ ଥିବା ଜଣାପଡିଛି। ଗୁଲଗାଓଁ ଜିଲାର ରେଦୱାନି ଗ୍ରାମରେ କେତେକ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ନିରାପତ୍ତାରକ୍ଷୀମାନେ ସୋମବାର ରାତିରେ ଉକ୍ତ ଗ୍ରାମକୁ ଘେରାଉ କରି ତଲାସି ଅଭିଯାନ ଜାରି ରଖିଥିଲେ। ମଙ୍ଗଳବାର ସକାଳେ ଆତଙ୍କବାଦୀଙ୍କ ତରଫରୁ ପ୍ରଥମେ ଗୁଳିଚାଳନା ହେବାପରେ ଯବାନଙ୍କ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଫଳରେ ଆତଙ୍କବାଦୀମାନେ ଲୁଚିଥିବା ଘରେ ନିଆଁ ଲାଗିଯିବାରୁ ସେମାନେ ପ୍ରାଣ ହରାଇଥିବା ଜଣାପଡିଛି। ଘଟଣାସ୍ଥଳରୁ ୩ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅଭିଯାନ ଜାରି ରହିଛି। ସୂଚନାଯୋଗ୍ୟ ଜାମ୍ମୁ-କାଶ୍ମୀର ପୁଲିସ ଦ୍ବାରା ବସିତ୍‌ ‘ଏ’ କ୍ୟାଟେଗୋରୀ ଆତଙ୍କବାଦୀ ଘୋଷିତ ହୋଇଥିବାବେଳେ ତାକୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories