www.samajalive.in
Saturday, December 6, 2025
19.1 C
Bhubaneswar

ସମୂହ ଛୁଟିରେ କ୍ରୁ ମେମ୍ବର: ଏୟାର ଇଣ୍ଡିଆର ୭୦ରୁ ଅଧିକ ବିମାନ ବାତିଲ

ନୂଆଦିଲ୍ଲୀ: ସମୂହ ଛୁଟିରେ ଯାଇଛନ୍ତି ଏୟାର ଇଣ୍ଡିଆର ଅନେକ କର୍ମଚାରୀ। ଅସୁସ୍ଥତା କାରଣ ଦର୍ଶାଇ ଏକା ସାଙ୍ଗରେ କର୍ମଚାରୀମାନେ ଛୁଟିରେ ଯାଇଥିବାରୁ ଏୟାର ଇଣ୍ଡିଆର ୭୦ରୁ ଅଧିକ ବିମାନର ଘରୋଇ ଓ ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରାଯାଇଛି। ସୂଚନା ଅନୁସାରେ ବିମାନ ଚାଳକ ଟିମର ଅନେକ ସଦସ୍ୟ ମଙ୍ଗଳବାର ହଠାତ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତ ସଦସ୍ୟଙ୍କ ମୋବାଇଲ୍‌‌ ସୁଇଚ୍‌‌ ଅଫ୍‌‌ ରହିଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇ ନ ଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏନେଇ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି ଯେ ଶତାଧିକ କ୍ୟାବିନ୍‌‌ କ୍ରୁ ମେମ୍ବର ଏକା ସାଙ୍ଗରେ ଅସୁସ୍ଥ ହୋଇଛନ୍ତି। ଫଳରେ ବାଧ୍ୟ ହୋଇ ଆମକୁ ବହୁ ବିମାନ ବାତିଲ କରିବା ସହ କେତେକ ବିମାନକୁ ବିଳମ୍ବରେ ଛାଡିବାକୁ ପଡୁଛି। ଯାତ୍ରୀମାନେ ଏଥିପାଇଁ ହଇରାଣ ହେଉଥିବାରୁ ସେମାନଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି। ଉଡାଣ ଭରିବାକୁ ଥିବା ବିମାନଗୁଡିକ ବାତିଲ ହେବାରୁ ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମୂର୍ଣ୍ଣ ରୂପେ ଫେରାଇ ଦିଆଯିବ। ଯଦି ଯାତ୍ରୀମାନେ ଚାହିଁବେ ସେମାନେ ଅନ୍ୟ ତାରିଖକୁ ଘୁଞ୍ଚାଇ ପାରିବେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ ଟାଟା ଗ୍ରୁପ୍‌‌ ମାଲିକାନା ଅଧୀନରେ ଥିବା ଏୟାର ଇଣ୍ଡିଆର କିଛି କ୍ରୁ ମେମ୍ବର ମ୍ୟାନେଜମେଣ୍ଟ ଠିକ୍‌‌ ଭାବରେ କାମ କରୁ ନ ଥିବା ନେଇ ଗତମାସରେ ଅଭିଯୋଗ କରିଥିଲେ। କର୍ମୀଚାରୀଙ୍କ ସହ ସମାନ ବ୍ୟବହାର କରାଯାଉନି। ପରିଚାଳନାଗତ ତ୍ରୁଟି ରହୁଥିବା ନେଇ କର୍ମଚାରୀମାନେ ଦର୍ଶାଇଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories