www.samajalive.in
Tuesday, December 9, 2025
23.1 C
Bhubaneswar

ବଜାରକୁ ଆସିଲା ଆପଲ୍‌ର ୨ଟି ନୂଆ ଉତ୍ପାଦ, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ ଓ ମୂଲ୍ୟ…

ସମାଜଲାଇଭ୍‌ ଡେସ୍କ: ଦାମୀ ମୋବାଇଲ ଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏହାର ୨ଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଇଛି। ତାହା ହେଉଛି iPad Air ଏବଂ iPad Pro। କମ୍ପାନୀର ଏହା ଚଳିତବର୍ଷର ପ୍ରଥମ ନୂଆ ଉତ୍ପାଦ, ଯାହାକୁ କମ୍ପାନୀ ବଜାରକୁ ଛାଡ଼ିଛି।

iPad Air: ଆପଲ୍‌ iPad Air ରେ ଅନେକ ନୂଆ ବିଶେଷ୍ବତ ରହିଛି। ଉପଭୋକ୍ତା ଏଥିରେ ଷ୍ଟେରିଓ ସ୍ପିକର ସୁବିଧା ପାଇପାରିବେ। ଏହା ବ୍ୟତୀତ କମ୍ପାନୀ iPad Air ର ପର୍ଫମାନ୍ସ ଉପରେ ବି ବିଶେଷ ଧ୍ୟାନ ଦେଇଛି। ଏଥିରେ M2 ଚିପ୍‌ ବ୍ୟବହାର କରାଯାଇଛି, ଯାହା ଏହାକୁ ଅଧିକ ସ୍ପିଡ୍‌ କରିବ। ଏହି ମଡେଲକୁ କମ୍ପାନୀ ୨ଟି ସ୍କ୍ରିନ୍‌ ସାଇଜରେ ଲଞ୍ଚ କରିଛି। ଗୋଟିଏ ୧୧ ଇଞ୍ଚ ଏବଂ ଅନ୍ୟଟି ୧୩ ଇଞ୍ଚ ବିଶିଷ୍ଟ। ୨୦୧୦ରେ ଆପଲ୍‌ ପ୍ରଥମ ଥର ପାଇଁ iPad ଲଞ୍ଚ କରିଥିଲା। ଏହା ପରଠାରୁ ଅନେକ ଥର ଏଥିରେ ଅପ୍‌ଡେଟ୍‌ କରାଯାଇଛି। ଏହା ପ୍ରୋସେସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ବି ଗୁରୁତ୍ଵ ଦିଆଯାଇଛି। ଯେଉଁଥିପାଇଁ ଏଥିରେ ପୂର୍ବାପେକ୍ଷା ଶକ୍ତିଶାଳୀ ପ୍ରୋସେସର ବ୍ୟବହାର କରାଯାଇଛି। ୧୧ ଇଞ୍ଚ ଭାରିଆଣ୍ଟର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ରହିଥିବାବେଳେ ୧୩ ଇଞ୍ଚ ମଡେଲର ମୂଲ୍ୟ ପାଖାପାଖି ୬୭ ହଜାର ଟଙ୍କା ରଖାଯାଇଛି।

- Advertisement -

iPad Pro: କମ୍ପାନୀ iPad Proକୁ ବହୁତ ପତଳା କରିଛି। ୧୧ ଇଞ୍ଚ ମଡେଲଟି ୫.୩ ଏମଏମ ପତଳା ହୋଇଥିବାବେଳେ ୧୩ ଇଞ୍ଚ ମଡେଲ ୫.୧ ଏମଏମ ପତଳା। ଏହାକୁ ସ୍ବତନ୍ତ୍ର ଭାବେ ଡିଜାଇନ କରିଛି କମ୍ପାନୀ। ଏହି ଉତ୍ପାଦର ୧୧ ଇଞ୍ଚ ଭାରିଆଣ୍ଟର ମୂଲ୍ୟ ପ୍ରାୟ ୮୩ ହଜାର ଟଙ୍କା ରହିଥିବାବେଳେ ୧୩ ଇଞ୍ଚ ଭାରିଆଣ୍ଟର ମୂଲ୍ୟ ୧ଲକ୍ଷ ୧୦ ହଜାର ଟଙ୍କା ରହିଛି। କମ୍ପାନୀ ଏହି ମଡେଲରେ ଭିଡିଓ ଏଡିଟିଂ ଏବଂ ଅଡିଓ ଏଡିଟିଂରେ ନୂଆ ଫିଚର୍ସ ଆଣିଛି। iPad Pro ରେ ଫାଇନାଲ୍‌ କଟ୍‌ ପ୍ରୋ’ର ବଢ଼ିଆ ପର୍ଫମାନ୍ସ ମିଳିବ। ଏହା ପୂର୍ବ ତୁଳନାରେ ଦୁଇଗୁଣ ଅଧିକ ଫାଷ୍ଟ ରହିବ। ଏଥିରେ ଫୋକସ୍‌, ଲାଇଭ ଭିଡିଓ ଏବଂ ଫାଇନାଲ କଟ୍‌ କ୍ୟାମେରା ଭଳି ଫିଚର୍ସ ରହିଛି। ସେହିପରି ପୂର୍ବ iPad Pro ତୁଳନାରେ ନୂଆ ମଡେଲ ଓଭରଅଲ୍‌ ପର୍ଫମାନ୍ସରେ ୪ ଗୁଣ ଅଧିକ ସ୍ପିଡ୍‌ ରହିବ। ଏଥିରେ M4 ଚିପ୍‌ ବ୍ୟବହାର କରାଯାଇଛି। ଏହା ସହିତ ଅଲ୍‌ଟ୍ରା ରେଟିନା ଏକ୍ସଡିଆର ଡିସ୍‌ପ୍ଲେ ମିଳିବ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories