www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଘରୋଇ ଉପାୟ ଦୂର କରିଥାଏ ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ସମସ୍ୟା

ବର୍ତ୍ତମାନର ଜୀବନଶୈଳୀ ଓ ବହୁ ସମୟରେ ଭୁଲ ଖାଦ୍ୟପେୟ କାରଣରୁ ଅନେକ ସମୟରେ ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ଯନ୍ତ୍ରଣା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସରଳ ଓ ଘରୋଇ ଉପାୟ ରହିଛି, ଯାହା ହୁଏତ ସଭିଁଙ୍କୁ ଜଣାନଥିବ। ଘରେ ପ୍ରସ୍ତୁତ ହେଉଥିବା ହେଙ୍ଗୁ କାଢା ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ପେଟ ପାଇଁ ଖୁବ ଉପକାରୀ। ଏହାକୁ ପିଇବା ଦ୍ୱାରା ଏସିଡ଼ିଟି, ଗ୍ୟାସଟିକ ଆଦି ଦୂର ହୋଇଥାଏ। ଜାଣନ୍ତୁ ଏହାକୁ କିଭଳି ପ୍ରସ୍ତୁତ କରିବେ……
ଆବଶ୍ୟକ ସାମଗ୍ରୀ
ପାନମଧୁରୀ – ୧ ଚାମଚରୁ ସାମାନ୍ୟ କମ
ବାଦାମଞ୍ଜି – ଅଳ୍ପ
ହେଙ୍ଗୁ – ଅଳ୍ପ
କଳା ଲୁଣ – ସାମାନ୍ୟ
ଯଷ୍ଟିମଧୁ – ଅଳ୍ପ
ଅଦା ଗୁଣ୍ଡ – ଅଳ୍ପ
ପ୍ରଥମେ ଏକ ପାତ୍ରରେ ପ୍ରାୟ ୨୫୦ ମିଲିଲିଟର ପାଣି ନେଇ ଏ ସମସ୍ତ ସାମଗ୍ରୀକୁ ପକାଇ ଗ୍ୟାସରେ ବସାଇ ୫ ମିନିଟ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ଦିଅନ୍ତୁ। ଖାଦ୍ୟ ଖାଇବାର ୩୦ ମିନିଟ ପରେ ଏହାକୁ ପିଅନ୍ତୁ। ଏପରି କରିବା ଦ୍ୱାରା ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖି ଥାଏ। ଏହା ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।
ଏହା ବ୍ୟତୀତ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଅଧିକ ପରିମାଣରେ ପାଣି ପିଅନ୍ତୁ। ନିଜ ଖାଦ୍ୟରେ ଫଳ, ପନିପରିବା, ଫାଇବର ଯୁକ୍ତ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଏହା ବ୍ୟତୀତ ନିଜ ଖାଦ୍ୟରେ ମିନେରାଲ୍ସ, ମ୍ୟାଗ୍ନେସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories