www.samajalive.in
Sunday, December 7, 2025
16.1 C
Bhubaneswar

ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଆନ୍ତୁ : ତୁଳସୀ, ଲବଙ୍ଗ

ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। କିଛି ସହଜ ଓ ଘରୋଇ ଉପାୟ ଦ୍ୱାରା ଆମେ ଏହି ପେଟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବା ଜାଣନ୍ତୁ ତାହା କ’ଣ……
ତୁଳସୀ, ଲବଙ୍ଗ କିମ୍ବା ତୁଳସୀ ଓ ଅଦାକୁ ମିଶାଇ ଖାଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଏସିଡ଼ିଟି ଦୂର ହୋଇଥାଏ।
ଦହି ଓ ଜିରା ଗୁଣ୍ଡ –
ଦହି ସହ ଜିରା ଗୁଣ୍ଡା ମିଶାଇ ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ, ଏସିଡ଼ିଟି ଦୂର ହେବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ଅଦା ରସ ଓ ଲେମ୍ବୁ ରସ –
ଅଦା ରସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିଥାଏ।
ଡ଼ାଳିମ୍ବର ମଞ୍ଜି –
ଡ଼ାଳିମ୍ବର ମଞ୍ଜି ସହ କଳା ଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳେ। ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଜୁଆଣି ଓ କଳା ଲୁଣ –
ଜୁଆଣି, କଳା ଲୁଣ ସହ ଅଳ୍ପ ଉଷୁମ ପାଣି ମିଶାଇ ପିଇବା ଦ୍ୱାରା ପେଟ ପାଇଁ ଖୁବ ଲାଭଦାୟକ ଅଟେ। ଏହା ଏସିଡ଼ିଟି ମଧ୍ୟ ଦୂର କରିଥାଏ। ପେଟ ଯନ୍ତ୍ରଣାରୁ ମୁକ୍ତି ମଧ୍ୟ ମିଳିଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories