www.samajalive.in
Sunday, December 14, 2025
18.1 C
Bhubaneswar

ଷ୍ଟୋକ୍‍ସ ୧ନଂ ଟେଷ୍ଟ ଅଲ୍‍ରାଉଣ୍ଡର

ଦୁବାଇ : ଏଥିରେ ଦ୍ୱିମତ ନାହିଁ ଯେ ଇଂଲଣ୍ଡର ବେନ୍‍ ଷ୍ଟୋକ୍‍ସ କେବଳ ଟେଷ୍ଟମ୍ୟାଚ୍‍ ନୁହେଁ; ସମସ୍ତ ଫର୍ମାଟରେ ବିଶ୍ୱର ୧ନଂ ଅଲ୍‍ରାଉଣ୍ଡର। ତେଣୁ ଆଇସିସି ଟେଷ୍ଟ ଅଲ୍‍ରାଉଣ୍ଡର ମାନ୍ୟତାରେ ଷ୍ଟୋକ୍‍ସ ୧ନଂ ସ୍ଥାନକୁ ଉନ୍ନୀତହେବା କ୍ରିକେଟ୍‍ପ୍ରେମୀଙ୍କୁ ଚକିତ କରିନାହିଁ। ମଙ୍ଗଳବାର ପ୍ରକାଶିତ ଆଇସିସି ଟେଷ୍ଟ ଅଲ୍‍ରାଉଣ୍ଡର ମାନ୍ୟତାରେ ୱେଷ୍ଟଇଣ୍ଡିଜ୍‍ ଅଲ୍‍ରାଉଣ୍ଡର ଜେସନ୍‍ ହୋଲ୍‍ଡରଙ୍କୁ ହଟାଇ ଷ୍ଟୋକ୍‍ସ ୧ନଂ ସ୍ଥାନ ହାସଲ କରିଛନ୍ତି। କେବଳ ଏତିକି ନୁହେଁ; ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ତାଲିକାରେ ଷ୍ଟୋକ୍‍ସ ୩ନଂ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବାମହାତି ଷ୍ଟୋକ୍‍ସଙ୍କ ଜୀବନର ଏହା ସର୍ବଶ୍ରେଷ୍ଠ ଟେଷ୍ଟ ବ୍ୟାଟିଂ ମାନ୍ୟତା।

ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ସୋମବାର ବିଜୟୀ ହୋଇଥିବା ୨ୟ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡର ବେନ୍‍ ଷ୍ଟୋକ୍‍ସଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଏହି ମ୍ୟାଚ୍‍ରେ ଷ୍ଟୋକ୍‍ସ ୧୭୬ ଓ ଅପରାଜିତ ୭୮ ରନ୍‍ କରିଥିବା ବେଳେ ୩ଟି ୱିକେଟ ନେଇଥିଲେ। ପ୍ରଥମ ଟେଷ୍ଟରେ ନେତୃତ୍ୱ ନେଇଥିବା ଷ୍ଟୋକ୍‍ସ ମୋଟ ୮୯ ରନ୍‍ କରିବା ସହ ୬ଟି ୱିକେଟ ନେଇଥିଲେ। ୨ୟ ଟେଷ୍ଟ ପୂର୍ବରୁ ହୋଲ୍‍ଡରଙ୍କଠାରୁ ୫୪ ପଏଣ୍ଟ ପଛରେ ଥିବା ବେଳେ ଏହି ମ୍ୟାଚ୍‍ ପରେ ସେ ହୋଲ୍‍ଡରଙ୍କଠାରୁ ୩୮ ପଏଣ୍ଟରେ ଆଗୁଆ ରହିଛନ୍ତି। ପୁଣି ୨୦୦୬ରେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‍ଙ୍କ ପରେ ଇଂଲଣ୍ଡର ପ୍ରଥମ କ୍ରିକେଟର ଭାବେ ଷ୍ଟୋକ୍‍ସ ୧ନଂ ଟେଷ୍ଟ ଅଲ୍‍ରାଉଣ୍ଡର ହୋଇ ପାରିଛନ୍ତି। ପୁଣି ଷ୍ଟୋକ୍‍ସ ୪୯୭ ରେଟିଂ ପଏଣ୍ଟ ପାଇଛନ୍ତି; ଯାହା ଗତ ୧୨ ବର୍ଷରେ ସର୍ବାଧିକ। ୨୦୦୮ରେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍‍ସ କାଲିସ୍‍ ୫୧୭ ପଏଣ୍ଟରେ ପହଞ୍ଚିଥିଲେ। ଷ୍ଟୋକ୍‍ସ ଓ ହୋଲ୍‍ଡରଙ୍କ ପରେ ଟେଷ୍ଟ ଅଲ୍‍ରାଉଣ୍ଡର ତାଲିକାରେ ଭାରତର ରବୀନ୍ଦ୍ର ଜାଡ଼େଜା ୩ୟ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୪ର୍ଥ ଓ ଭାରତର ଆର୍‍. ଅଶ୍ୱିନ ୫ମ ସ୍ଥାନରେ ରହିଛନ୍ତି। ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭେନ୍‍ ସ୍ମିଥ୍‍ ଓ ଭାରତର ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‍ଙ୍କ ସହ ଷ୍ଟୋକ୍‍ସ ଯୁଗ୍ମ ୩ୟ ସ୍ଥାନରେ ରହିଛନ୍ତି। ଭାରତର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଯଥାକ୍ରମେ ୮ମ ଓ ୧୦ମ ସ୍ଥାନରେ ରହିଛନ୍ତି। ଟେଷ୍ଟ ବୋଲର ମାନ୍ୟତାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‍ ୧୦ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍‍ କମିନ୍‍ସ ଓ ନ୍ୟୁଜିଲାଣ୍ଡର ନିଲ୍‍ ୱାଗ୍‍ନରଙ୍କ ପରେ ଜେସନ୍‍ ହୋଲ୍‍ଡର ୩ନଂ ବୋଲର ହୋଇ ରହିଛନ୍ତି। ଆଇସିସି ଟେଷ୍ଟ ଚମ୍ପିଆନ୍‍ସିପ ଟେବୁଲରେ ଭାରତ ୩୬୦ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ୨୯୬ ପଏଣ୍ଟ ସହ ଅଷ୍ଟ୍ରେଲିଆ ୨ୟ ଏବଂ ୧୮୬ ପଏଣ୍ଟ ସହ ଇଂଲଣ୍ଡ ୩ୟ ସ୍ଥାନରେ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories