ଜୋହାନସ୍ବର୍ଗ : ଦକ୍ଷିଣ ଆଫ୍ରିକାର ଦ୍ରୁତତ୍ତମ ବୋଲର ଡେଲ ଷ୍ଟେନ୍ ଦିର୍ଘ ଦୁଇ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ ଥିବାରୁ ଦୁଇବର୍ଷ କାଳ ସେ ମ୍ୟାଚ ଖେଳି ନଥିଲେ। ଏବେ ସେ ସୁସ୍ଥ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖରୁ ଦକ୍ଷିଣ ଆଫ୍ରିକା ଦଳ ଜିମ୍ବାୱେ ବିରୁଦ୍ଧରେ ତିନୋଟି ଏକଦିବସୀୟ ମ୍ୟାଚ ଖେଳିବ। ଯେଉଁଥିପାଇଁ ଏକ ୧୬ ଜଣିଆ ଦଳ ଚୟନ କରାଯାଇଛି। ଯେଉଁଥିରେ ଡେଲ୍ ଷ୍ଟେନ ସ୍ଥାନ ପାଇଛନ୍ତି। ୩୫ ବର୍ଷିୟ ଡେଲ ଷ୍ଟେନ୍ ଶେଷଥର ପାଇଁ ନିଜର ଏକଦିବସୀୟ ମ୍ୟାଚ ୨୦୧୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଷ୍ଟେନ୍ଙ୍କ ବ୍ୟତୀତ ବାମ ହାତି ସ୍ପିନର ଇମରାନ୍ ତାହିରଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ତାହିର ମଧ୍ୟ ୭ମାସ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ୧୬ ଜଣିଆ ଦଳରେ ପ୍ରଥମ ଥର ପାଇଁ ଖ୍ରୀଷ୍ଟିଆନ ଜୋଙ୍କରଙ୍କୁ ସାମିଲ କରାଯାଇଛି। ଏହା ପୂର୍ବରୁ ସେ ଚଳିତବର୍ଷ ଫେବୃୟାରୀ ମାସରେ ଭାରତ ବିପକ୍ଷରେ ଏକ ଟି-୨୦ ମ୍ୟାଚ ଖେଳିଥିଲେ। ଯେଉଁଥିରେ ସେ ୪୯ରନ୍ କରିଥିଲେ।
Popular Categories



