www.samajalive.in
Saturday, December 6, 2025
15.1 C
Bhubaneswar

ସାତଦିନିଆ ବିଦେଶ ଗସ୍ତରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ତିନୋଟି ୟୁରୋପୀୟ ଦେଶ ସର୍ବିଆ, ମାଲ୍‍ଟା ଓ ରୋମାନିଆକୁ ସାତଦିନିଆ ଗସ୍ତରେ ଯାଇଛନ୍ତି। ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ବେଲ୍‍ଗ୍ରେଡ୍‍ରେ ପହଞ୍ଚିିଛନ୍ତି ତାଙ୍କ ସହ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଳା, ତିନିଜଣ ରାଜ୍ୟସଭା ସାଂସଦ ଓ ଜଣେ ଲୋକସଭା ସାଂସଦ ଏବଂ ସିଆଇଆଇର ଏକ ବ୍ୟବସାୟୀକ ପ୍ରତିନିଧି ଦଳ ଯାଇଛନ୍ତି।

ଉପରାଷ୍ଟ୍ରପତି ଶୁକ୍ରବାର ସନ୍ଧ୍ୟାରେ ସର୍ବିଆରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।  ଆସନ୍ତାକାଲି ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସେ ସର୍ବିଆ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବେ ଓ ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହେବ। ପରେ ସେ ସର୍ବିଆ ନ୍ୟାସନାଲ୍‍ ଆସେମ୍ବ୍ଲିରେ ଉଦ୍‍ବୋଧନ ଦେବେ। ୧୬ତାରିଖ ଦିନ ସେ ମାଲ୍‍ଟା ଅଭିମୁଖେ ଯାତ୍ରା କରିବେ। ତିନୋଟିଯାକ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ତାଙ୍କର କଥାବାର୍ତ୍ତା ହେବାର କାର୍ଯ୍ୟସୂଚୀ ରହିଛି। ଏହି ସମୟରେ ଅନେକ ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହେବ। ଉପରାଷ୍ଟ୍ରପତିଙ୍କର ଏହି ଗସ୍ତ ସେହି ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories