www.samajalive.in
Sunday, December 14, 2025
17.1 C
Bhubaneswar

ସ୍ମିଥ୍ ୪ର୍ଥ ଟେଷ୍ଟରେ ଅଧିନାୟକ

ଅହମ୍ମଦାବାଦ : ଇନ୍ଦୋର ପରେ ଅହମ୍ମଦାବାଦରେ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ମଧ୍ୟ ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେବେ। ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଦଳ ନିୟମିତ ଅଧିନାୟକ ପ୍ୟାଟ୍‌ କମିନ୍‌ସ ତାଙ୍କ ଅସୁସ୍ଥ ମାଆଙ୍କ ପାଖରେ ରହିବା ପାଇଁ ୨ୟ ଟେଷ୍ଟ ପରେ ସ୍ବଦେଶ ଫେରି ଯାଇଥିଲେ। ୧ରେ ୩ୟ ଟେଷ୍ଟ ପୂର୍ବରୁ ସେ ଫେରିଆସିବେ ବୋଲି କମିନ୍‌ସ କହିଥିଲେ। ହେଲେ ସେ ନ ଫେରିବାରୁ ୩ୟ ଟେଷ୍ଟରେ ଷ୍ଟିଭ୍ ସ୍ମିଥ୍ ଦଳରେ ନେତୃତ୍ବ ନେଇଥିଲେ। ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ୯ ୱିକେଟରେ ଜିତିଥିଲା। ଏବେ ଜାଣିବାକୁ ମିଳିଛି ଯେ ତାଙ୍କ ମାଆ ସୁସ୍ଥ ହୋଇନଥିବାରୁ ତାଙ୍କ ସହ ଆଉ କିଛିଦିନ ରହିବା ପାଇଁ କମିନ୍‌ସ ନିଷ୍ପତ୍ତି ନେଇଛନ୍ତି। ତେଣୁ ୯ରୁ ଆରମ୍ଭ ହେଉଥିବା ୪ର୍ଥ ଟେଷ୍ଟରେ ସ୍ମିଥ୍ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେବେ। ଟେଷ୍ଟ ଶୃଙ୍ଖଳା ପରେ ମାର୍ଚ୍ଚ ୧୭ରୁ ଘରୋଇ ଭାରତ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ଉକ୍ତ ଶୃଙ୍ଖଳାରେ କମିନ୍‌ସ ଖେଳିବେ କି ନାହିଁ; ତାହାର ନିଷ୍ପତ୍ତି ପରେ ନିଆଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ସ୍ମିଥ୍‌ଙ୍କ ନେତୃତ୍ବରେ ୩ୟ ଟେଷ୍ଟରେ ଦଳକୁ ଜିତାଇଥିବା ବେଳେ ୪ର୍ଥ ଟେଷ୍ଟରେ ଅନୁରୂପ ଫଳାଫଳ ହାସଲ କରିବ ବୋଲି ଅଷ୍ଟ୍ରେଲିଆ ଦଳ ମ୍ୟାନେଜମେଣ୍ଟର ଆଶା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories