www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ୍‍-୧୯ ମୁକାବିଲାରେ ଇସ୍ପାତ ମନ୍ତ୍ରଣାଳୟର ବଡ଼ ଯୋଗଦାନ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ :  କୋଭିଡ୍‍-୧୯ ମୁକାବିଲାରେ ଇସ୍ପାତ ମନ୍ତ୍ରଣାଳୟର ବଡ଼ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କରୋନା ସଙ୍କଟ କାଳରେ ସମନ୍ୱିତ ଇସ୍ପାତ କାରଖାନା ଦେଶରେ କୋଭିଡ୍‍ ସଂକ୍ରମିତଙ୍କ ପାଇଁ ନଭେମ୍ବର ଶେଷ ସୁଦ୍ଧା ୭୨ ହଜାର ଟନ୍‍ରୁ ଅଧିକ ମେଡିକାଲ୍‍ ଅକ୍ସିଜେନ୍‍ ଯୋଗାଇ ଦେବାରେ ସଫଳ ହୋଇଛି। ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶରେ ଥିବା ବିଭିନ୍ନ ଇସ୍ପାତ କାରଖାନାଗୁଡ଼ିକୁ ବିଭିନ୍ନ ମେଡିକାଲ୍‍କୁ ଲିକ୍ୱିଡ୍‍ ମେଡିକାଲ୍‍ ଅକ୍ସିଜେନ୍‍ ଯୋଗାଇ ଦେବାପାଇଁ କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ।
କୋଭିଡ୍‍ ସଂକ୍ରମିତଙ୍କ ଶ୍ୱାସ ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ଏହି ଲିକ୍ୱିଡ୍‍ ମେଡିକାଲ୍‍ ଅକ୍ସିଜେନ୍‍ ବ୍ୟବହାର କରାଯାଇଥାଏ। ଦେଶର ବୃହତ୍ତମ ଇସ୍ପାତ କମ୍ପାନୀ ସେଲ୍‍, ଆର୍‍ଆଇଏନ୍‍ଏଲ୍‍, ଜେଏସ୍‍ସିଏଲ୍‍,ଜେଏସ୍‍ଡବ୍ଲ୍ୟୁ ଷ୍ଟିଲ୍‍ ଓ ଟାଟା ଷ୍ଟିଲ୍‍ ବିଭିନ୍ନ ରାଜ୍ୟରେ ସଙ୍ଗରୋଧ ୱାର୍ଡ଼, ପରୀକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରିବା ସହ ଖାଦ୍ୟ ସାମଗ୍ରୀ, ମାସ୍କ, ସାନିଟାଇଜର ଆଦିର ବଣ୍ଟନ କରିଥିଲେ। ଇସ୍ପାତ ଶିଳ୍ପ ଅକ୍ସିଜେନ୍‍ ଉତ୍ପାଦନ ପ୍ରକ୍ରିୟା ସହିତ ଜଡ଼ିତ ଥିବାରୁ ପ୍ରଧାନମନ୍ତ୍ରୀ ଦେଶରେ ଇସ୍ପାତ କାରଖାନାମାଧ୍ୟମରେ ଅକ୍ସିଜେନ୍‍ ଯୋଗାଣ ନିମନ୍ତେ ପରାମର୍ଶ ଦେଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories