ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା, ଟିଟିଲାଗଡକୁ ମିଳିଲା ଦୁଇ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ
ଟିଟିଲାଗଡ଼: ଭାରତୀୟ ଜୁଡୋ ଫେଡେରେସନ ତଥା ଓଡିଶା ଅଲିମ୍ପିକ ଆସୋସିଏସନ ଅନୁବନ୍ଧିତ ରାଜ୍ୟ ଜୁଡୋ ଆସୋସିଏସନ ପକ୍ଷରୁ ଟିଟିଲାଗଡରେ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଘଣ୍ଟାସୁନି ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା କ୍ରୀଡାସ୍ଥଳି ମହାବୀର ଧର୍ମଶାଳାକୁ ପହଞ୍ଚିଥିଲେ। ପ୍ରତିଯୋଗିତାର ୫୦ କେଜି ବର୍ଗରେ ସିପ୍ରା କିଷାନ, ନିତ୍ୟା ମାଝୀ ରୌପ୍ୟ, ସୁନିଲ ଖୁସିଆ ଏବଂ ଟିଲୁ ବରାଲ ବ୍ରୋଞ୍ଜ, ୫୫ କେଜି ବର୍ଷ ଜିତେନ୍ଦ୍ର ବେହେରା ସ୍ୱର୍ଣ୍ଣ, ମଙ୍ଗଲା ଶିଶା ରୌପ୍ୟ, ସୁନିଲ ମାଝୀ ଏବଂ ସମୀର ବେହେରା ବ୍ରୋଞ୍ଜ, ୬୦ କେଜି ବର୍ଗ ମହେଶ୍ୱର ମଣ୍ଡଳ ସ୍ୱର୍ଣ୍ଣ, ପଦ୍ମସମ୍ପଦ ମହାପାତ୍ର ରୌପ୍ୟ, ଆଶୁତୋଷ ପରିଚ୍ଛା ଏବଂ ଦିପେଶ ଦାଶ ବ୍ରୋଞ୍ଜ, ୬୬ କେଜି ବର୍ଗ ଶଙ୍କର ମାଝୀ ସ୍ୱର୍ଣ୍ଣ, ବିଶ୍ୱଜିତ ଘଡେଇ ରୌପ୍ୟ, କହ୍ନେୟା ଦାଶ ଏବଂ ଆୟୁଷ୍ମାନ ଦାଶ ବ୍ରୋଞ୍ଜ, ୭୩ କେଜି ବର୍ଗରେ ଚନ୍ଦନ ଚରଣ ଦାଶ ସ୍ୱର୍ଣ୍ଣ, କ୍ରୀଷ୍ଣକାନ୍ତ ବେହେରା ରୌପ୍ୟ, ସୌମିତ୍ରୀ ଦାଶ ବ୍ରୋଞ୍ଜ, ୮୧ କେଜି ବର୍ଗରେ ଆଦିତ୍ୟ ଷଡଙ୍ଗୀ ସ୍ୱର୍ଣ୍ଣ, ନୀର ଶାଂସୁ ରୌପ୍ୟ, ପ୍ରଭାଞ୍ଚଳ ପ୍ରଧାନ ବ୍ରୋଞ୍ଜ, ୯୦ କେଜି ବର୍ଗରେ ପିୟୁଷ ପଣ୍ଡା ସ୍ୱର୍ଣ୍ଣ, ଦିପ୍ତେଷ ସାହୁ ରୌପ୍ୟ, ୯୦ କେଜିରୁ ଉଦ୍ଧ୍ୱର୍ ଅମୀୟ ରଞ୍ଜନ ସ୍ୱର୍ଣ୍ଣ ଲାଭ କରିଥିବା ଆୟୋଜକଙ୍କ ସୁତ୍ରରୁ ଜଣାପଡିଛି। ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୨୨୦ ଜଣ ପୁଅ ତଥା ୧୫୦ ଜଣ ଝିଅ ଭାଗ ନେଉଛନ୍ତି। ଟିଟିଲାଗଡରୁ ବିଭିନ୍ନ ବର୍ଗରେ ଟ୍ୱିଙ୍କଲ ମିଶ୍ର ଏବଂ ଜି ବଂଶିକା ସ୍ୱର୍ଣ୍ଣ ଏବଂ ନମ୍ରତା ଦର୍ଜି ବ୍ରୋଞ୍ଜ ମେଡାଲ ଲାଭ କରିଥିବା ଜଣାଯାଇଛି। ଉଦଘାଟନ ଉତ୍ସବରେ ଗୁରୁକୃପା ଟ୍ରଷ୍ଟ ଉପଦେଷ୍ଟା ସନ୍ତୋଷ ଅଗ୍ରୱାଲ, ଜିଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସିଇଓ ଗୀତାଞ୍ଜଳି ପଣ୍ଡା, ବଲାଙ୍ଗିର ଜିଲା ଜୁଡୋ ଏସୋସିଏସନ ସଭାପତି ଗୋବିନ୍ଦ ପ୍ରସାଦ ଜୈନ, ସମ୍ପାଦକ ଦେବେନ୍ଦ୍ର ଜୈନ, ଯୁଗ୍ମ ସମ୍ପାଦକ ଜ୍ୟୋତିପ୍ରକାଶ ପୁରୋହିତ, କୋଷାଧ୍ୟକ୍ଷ କେଦାର କବାଟ, ଉପଦେଷ୍ଟା ପ୍ରେମ ଜୈନ, କାର୍ଯ୍ୟକାରୀ କମିଟି ସଦସ୍ୟ ଜି ମଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.