www.samajalive.in
Monday, December 15, 2025
24.1 C
Bhubaneswar

ଅନ୍ତର୍ଜାତୀୟ ବକ୍ସିଂ: ସୁମିତ, ନିଖତ୍‍ଙ୍କୁ ସ୍ୱର୍ଣ୍ଣ

ବେଲଗ୍ରେଡ : ଭାରତର ସୁମିତ ସାଙ୍ଗ୍‍ୱାନ ଓ ନିଖତ୍‍ ଜରିନ ଏଠାରେ ଚାଲିଥିବା ୫୬ତମ ବେଲଗ୍ରେଡ ଅନ୍ତର୍ଜାତୀୟ ବକ୍ସିଂ ଚମ୍ପିଆନସିପ୍‍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ରବିବାର ପୁରୁଷ ୯୧ କିଗ୍ରା ବର୍ଗ ଫାଇନାଲ ମୁକାବିଲାରେ ସୁମିତ ଇକ୍ୱେଡରର କାଷ୍ଟିଲୋ ଟରେସଙ୍କୁ ୫-୦ ପଏଣ୍ଟରେ ପରାସ୍ତ କରିଛନ୍ତି। ଏସୀୟ କ୍ରୀଡାର ରୌପ୍ୟପଦକ ବିଜେତା ସୁମିତ ଏହି ମୁକାବିଲାରେ ତାଙ୍କର ପ୍ରତିପକ୍ଷଙ୍କୁ ତିଷ୍ଠିବାର କୌଣସି ସୁଯୋଗ ଦେଇନଥିଲେ। ସୁମିତ ଏହି ସ୍ୱର୍ଣ୍ଣପଦକକୁ ତାଙ୍କ ପିତା ସୁରେନ୍ଦ୍ର ସାଙ୍ଗ୍‍ୱାନଙ୍କୁ ଉତ୍ସର୍ଗ କରିଛନ୍ତି। ଅପରପକ୍ଷରେ ମହିଳା ୫୧ କିଗ୍ରା ବର୍ଗ ଫାଇନାଲରେ ନିଖତ୍‍ ଗ୍ରୀସର କୌତ୍‍ସୋର୍ଗୋପୌଲୌ ଆଇକାତେରିନିଙ୍କୁ ୫-୦ ପଏଣ୍ଟରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ପୂର୍ବତନ ବିଶ୍ୱ ଜୁନିୟର ଚମ୍ପିଆନ ନିଖତ୍‍ କାନ୍ଧରେ ଆଘାତ ପାଇବାପରେ ଦୀର୍ଘ ଦିନ ଧରି ବକ୍ସିଂ ରିଙ୍ଗ୍‍ରୁ ଦୂରେଇ ରହିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ହିମାଂଶୁ ଶର୍ମା (୪୯ କିଗ୍ରା) ସ୍ୱର୍ଣ୍ଣ, ଲାଲଡିନ୍‍ମାୱିଆ (୫୨ କିଗ୍ରା), ବରିନ୍ଦର ସିଂହ (୫୬ କିଗ୍ରା), ପବନ କୁମାର (୬୯ କିଗ୍ରା) ରୌପ୍ୟପଦକ ଜିତିଥିବାବେଳେ ରାଜେଶ ନରୱାଲ (୪୮ କିଗ୍ରା), ପ୍ରିୟଙ୍କା ଠାକୁର (୬୦ କିଗ୍ରା), ରୁମି ଗୋଗୋଇ (୭୫ କିଗ୍ରା) ଓ ନିର୍ମଳା ରାୱତ (୮୧ କିଗ୍ରା) ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଭାରତ ଏହି ପ୍ରତିଯୋଗିତାରେ ମୋଟ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜପଦକ ଜିତିଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories