www.samajalive.in
Monday, December 15, 2025
14.1 C
Bhubaneswar

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ମୈଦାନରେ ୨,୬୫୫ ଜଣ ପ୍ରାର୍ଥୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଟ ୨,୬୫୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ୨୧୯ ଜଣ ମହିଳା। ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତାମାସ ୧୨ ତାରିଖରେ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ ।
ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୫୮୩ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇ ଥିବାବେଳେ ୨୭୧ଟି ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ନାକଚ ହୋଇଯାଇଛି । ରାଜ୍ୟର ସମସ୍ତ ୨୨୪ଟି ଯାକ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଛିଡା କରାଇଛି । ସେହିପରି କଂଗ୍ରେସ ୨୨୨ଟି ନିର୍ବାଚନମଣ୍ଡଳୀ ଓ ୨୦୧ଟି ନିର୍ବାଚନମଣ୍ଡଳୀରୁ ଜନତା ଦଳ(ଏସ) ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଆସନ୍ତା ମାସ ୧୨ ତାରିଖରେ ମତଦାନ ଓ ୧୫ ତାରିଖରେ ଭୋଟ୍‍ଗଣତି ହେବ ।
ଅନ୍ୟପକ୍ଷରେ ରାଜ୍ୟରେ ପ୍ରଚାର ଅଭିଯାନ ଜୋର ଧରିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବାଗଲକୋଟ୍‍ ଓ ବିଜୟପୁରଠାରେ ପ୍ରଚାର କରୁଥିବାବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ବେଲାଗାଦିରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରିବେ । ଜନତା ଦଳ(ଏସ) ରାଜ୍ୟଶାଖା ସଭାପତି ଏଚ୍‍. ଡି. କୁମାରସ୍ୱାମୀ ଆଜି ଚିନ୍ତାମଣିଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବେଙ୍ଗାଲୁରୁଠାରେ ମହିଳା ଜାଗୃତି ଆଲୋଚନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସମଗ୍ର ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରି ଫ୍ଲାଇଙ୍ଗ ସ୍କାର୍ଡ ଦଳ ୪୦ କୋଟି ନଗଦ ଟଙ୍କା ଜବତ କରିବା ସହ ୫୫୩ଟି ମାମଲା ରୁଜୁ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories