ଏଟିଏମ୍‍ରେ ଟଙ୍କା ଅଭାବ ; କର୍ଣ୍ଣାଟକ ଠିକାଦାରଙ୍କ ପାଖରେ ବିପୁଳ ପରିମାଣର ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‍

0

ବେଙ୍ଗାଲୁରୁ : କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍‍ରେ ଟଙ୍କା ଅଭାବର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ସଂପର୍କରେ ଆୟକର ବିଭାଗ ଏକ ବଡ଼ କାରଣ ସଂପର୍କରେ ସୂଚନା ପ୍ରଦାନ କରିଛି । କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢ଼ାଉ ସମୟରେ ଅନେକ ସରକାରୀ ଠିକାଦାର ମାନଙ୍କ ପାଖରୁ ବିପୁଳ ପରିମାଣର ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‍ ଜବତ କରାଯାଇଛି ବୋଲି ଆୟକର ବିଭାଗ ଏକ ପ୍ରେସ୍‍ ଇସ୍ତାହାରରେ କହିଛି । ଏହି ଠିକାଦାରମାନେ ପ୍ରଚୁର ପରିମାଣର ଅର୍ଥ ଜମା କରି ରଖିଥିବା ଜଣାପଡ଼ିଛି । ଗତ ୨୪ ଓ ୨୬ ତାରିଖରେ ମହୀଶୂର ଅଞ୍ଚଳରେ ହୋଇଥିବା ଚଢ଼ାଉରୁ ୬ କୋଟି ୭୬ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ରାଜ୍ୟରେ ବିଧାନସଭା ନିର୍ବାଚନ ସଂକ୍ରାନ୍ତୀୟ ତଦାରଖ କରୁଥିବା କର୍ଣ୍ଣାଟକର ତଦନ୍ତ ଶାଖା ମୋଟ ୧୦ କୋଟି ୬୨ ଲକ୍ଷ ଟଙ୍କା ଓ ୧ କୋଟି ୩୩ ଲକ୍ଷ ଟଙ୍କାର ଗହଣା ଜବତ କରିଛି । ଦେଶରେ ଟଙ୍କା ଅଭାବର ଏହାକୁ ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି ।
ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ଏହି ସବୁ ଟଙ୍କା ଖର୍ଚ୍ଚ କରିବା ପାଇଁ ଠିକାଦାରଙ୍କ ମାଧ୍ୟମରେ ସରକାର ଟଙ୍କା ଉଠାଇଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

Leave A Reply