୫ମ ଶ୍ରେଣୀ ଛାତ୍ରୀ ସହିତ ଦୁଷ୍କର୍ମ ଅଭିଯୋଗ

0

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅନ୍ତର୍ଗତ ତେଣ୍ଡା ଅଞ୍ଚଳରେ ଧାନକ୍ଷେତ ଜଗିବା ଉଦେଶ୍ୟରେ ମଞ୍ଚା ଉପରେ ଶୋଇଥିବା ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ  ଗଣଦୁଷ୍କର୍ମ କରାଯିବା ଘଟଣା ମନରୁ ନ ଲିଭୁଣୁ ଜଣେ ୫ମଶ୍ରେଣୀ ଛାତ୍ରୀଙ୍କ ସହିତ ଦୁଷ୍କର୍ମର ଅଭିଯୋଗ ହୋଇଛି।  ନୀଳଗିରି ସହର ଅଧୀନ ଘାଟଘରସାହିର ଜଣେ ୫ମଶ୍ରେଣୀ ଛାତ୍ରୀକୁ ଭାଲୁଖେଳ ଖେଳିବ କହି ସେହି ଅଞ୍ଚଳର ସମ୍ପର୍କୀୟ ମାମୁଁ ଗୁବା ସିିଂ (୩୭ )  ଦୁଷ୍କର୍ମ କରିଥିଲା। ଭୟରେ ନାବାଳିକା ଜଣକ ଜଙ୍ଗଲେ ଲୁଚି ରହିଥିଲା। ହେଲେ ତାଙ୍କ ବାପା ଖୋଜା ଖୋଜି କରି ଝିଅକୁ ପାଇବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ଏକ ସୁଦ୍ଧିକ୍ରିୟାରେ ଥିବା ବେଳେ ଗୁରୁବାର ଅପରାହ୍ନରେ ତାକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଏନେଇ ଥାନାରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ପୁଲିସ ପକ୍ଷରୁ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି।

Leave A Reply