ଅର୍ଥନୈତିକ ଅପରାଧୀଙ୍କ ୧୨ହଜାର କୋଟି ଟଙ୍କାର ସମ୍ପତ୍ତି ଚିହ୍ନଟ
ନୂଆଦିଲ୍ଲୀ : ପଳାତକ ଅର୍ଥନୈତିକ ଅପରାଧୀ ଅଧ୍ୟାଦେଶ ଜାରିହେବାର ମାତ୍ର ଅଳ୍ପ କିଛିଦିନ ପରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି) ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକ୍ସିଙ୍କ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି । ମାଲ୍ୟା, ମୋଦି ଓ ଚୋକ୍ସୀଙ୍କୁ ପଳାତକ ଅପରାଧୀ ଘୋଷଣା କରିବା ପାଇଁ ବିଭିନ୍ନ କଳାଧନ ନିବାରଣ ଅଦାଲତରେ ଆବେଦନ କରିବାକୁ ଇଡି ନିଷ୍ପତ୍ତି ନେଇଛି । ଏହି ନୂଆ ଅଧ୍ୟାଦେଶ ଲାଗୁ କରିବା ପାଇଁ କେବଳ ପ୍ରବର୍ତ୍ତନ ନର୍ଦ୍ଦେଶାଳୟର କ୍ଷମତା ରହିଛି । ଅର୍ଥନୈତିକ ଅପରାଧ ଘଟାଇ ଦେଶରୁ ପଳାୟନ କରିଥିବା କିଛି ବ୍ୟବସାୟୀଙ୍କ ୧୨ହଜାର କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଚିହ୍ନଟ କରିଛି ।