www.samajalive.in
Monday, December 15, 2025
27.1 C
Bhubaneswar

ଏସଆରଏସ ରିପୋର୍ଟ-୨୦୨୩; ଭାରତରେ ଶିଶୁ ମୃତ୍ୟୁ ହାର ଯଥେଷ୍ଟ କମିଛି

ନୂଆଦିଲ୍ଲୀ: ୨୦୨୩ରେ ଭାରତରେ ଶିଶୁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି ବୋଲି ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏସଆରଏସ (ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ) ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଅନୁଯାୟୀ ଏକ ବର୍ଷରୁ କମ ବୟସର ୧୦୦୦ ଶିଶୁଙ୍କ ମଧ୍ୟରୁ କେବଳ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ୧୯୭୧ରେ ଏହା ୧୨୯ ଥିବାବେଳେ ୨୦୨୩ରେ ଏଥିରେ ୮୦ ପ୍ରତିଶତ ହ୍ରାସ ଘଟିଛି। ମଧ୍ୟପ୍ରଦେଶ, ଛତିଶଗଡ ଓ ଉତ୍ତର ପ୍ରଦେଶରେ ଶିଶୁ ମୃତ୍ୟୁହାର ସବୁଠାରୁ ଅଧିକ (୩୭) ରହିଥିବାବେଳେ ମଣିପୁରରେ ଏହା ସର୍ବନିମ୍ନ ୩ ରେକର୍ଡ କରାଯାଇଛି। ବୃହତ୍‌ ରାଜ୍ୟ ମଧ୍ୟରେ କେରଳରେ ଏହି ସଂଖ୍ୟା ୫ ରହିଥିବା ରିପୋର୍ଟରୁ ଜଣାପଡିଛି। ଗ୍ରାମାଞ୍ଚଳରେ ଶିଶୁ ମୃତ୍ୟୁ ହାର ୪୪ରୁ ୨୮କୁ ହ୍ରାସ ପାଇଥିବାବେଳେ ସହରାଞ୍ଚଳରେ ଏହା ୨୭ରୁ ୧୮କୁ ହ୍ରାସ ପାଇଛି। ଅପରପକ୍ଷରେ ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଦେଶରେ ଜନ୍ମ ହାର ଯଥେଷ୍ଟ ହ୍ରାସ ପାଇଛି। ୧୯୭୧ରେ ଏହା ୩୬.୯ ଥିବାବେଳେ ୨୦୨୩ରେ ଏହା ୧୮.୪କୁ ହ୍ରାସ ପାଇଛି। ଗତ ଦଶନ୍ଧିରେ ଗ୍ରାମାଞ୍ଚଳରେ ଜନ୍ମ ହାର ୨୨.୯ରୁ ୨୦.୩କୁ ହ୍ରାସ ପାଇଥିବାବେଳେ ସହରାଞ୍ଚଳରେ ଏହା ୧୭.୩ରୁ ୧୪.୯କୁ ହ୍ରାସ ପାଇଛି। ତେବେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଜନ୍ମ ହାର ଅଧିକ ରହିଥିବା କୁହାଯାଇଛି।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories