ଇମ୍ଫାଲ: ହିଂସା ଅଧ୍ୟୁଷିତ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା କଥାବାର୍ତ୍ତାରେ ବଡ ଅଗ୍ରଗତି ଦେଖାଯାଇଛି। ହିଂସା ଯୋଗୁଁ ୨୦୨୪ ଫେବୃଆରୀ ବନ୍ଦ ରହିଥିବା ଜାତୀୟ ରାଜପଥ ୨କୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୁକି-ଜୋ କାଉନସିଲ (କେଜେଡ୍ସି) ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଗୁରୁବାର ହୋଇଥିବା ବୁଝାମଣା ଅନୁଯାୟୀ ରାଜପଥକୁ ସାଧାରଣ ଯାତାୟତ ପାଇଁ ଖୋଲାଯିବ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୩ ମେ ମାସ ଠାରୁ ମଣିପୁରରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଛି। ହିଂସା ଆରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ନଥିବାରୁ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହୋଇ ଆସୁଛନ୍ତି। ମଣିପୁର ହିଂସାରେ ୨୬୦ ଲୋକ ପ୍ରାଣ ହରାଇଲେଣି। ଏହା ସହିତ ଲକ୍ଷାଧିକ ଲୋକ ବାସହରା ହୋଇ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



