ଭୋପାଳ: ମଧ୍ୟପ୍ରଦେଶର ରେୱା ଜିଲାରେ କାର୍ଯ୍ୟରତ ଜଣେ ମହିଳା ବିଚାରପତିଙ୍କୁ ୫୦୦ କୋଟି ଟଙ୍କାର ବଟି ଧମକ ମିଳିଥିବା ଜଣାପଡିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ସ୍ପିଡ୍ ପୋଷ୍ଟରେ ଆସିଥିବା ଏହି ଧମକପୂର୍ଣ୍ଣ ଚିଠି ବୁଧବାର ବିଚାରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ପ୍ରେରକ ନିଜକୁ ଚମ୍ବଲ ଘାଟିର କୁଖ୍ୟାତ ଡକାୟତ ହନୁମାନ ଗ୍ୟାଙ୍ଗ ସଦସ୍ୟ ବୋଲି ପରିଚୟ ଦେଇଛି। ଚିଠି ମିଳିବାପରେ ମୋହିନୀ ଭାଦୋରିଆ ନାମ୍ନୀ ଏହି ବିଚାରପତି ଥାନାରେ ଏତଲା ଦାଏର କରିଛନ୍ତି। ଚିଠିଲେ ଲେଖାଯାଇଛି ‘ଆପଣ ଯଦି ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଉତ୍ତର ପ୍ରଦେଶର ବାଗଦାଦ ଜଙ୍ଗଲରେ ଏହି ଅର୍ଥ ପହଞ୍ଚାଇବାର ବ୍ୟବସ୍ଥା କରନ୍ତୁ’। ଏହାକୁ ଅବଜ୍ଞା କଲେ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଅଭିଯୁକ୍ତକୁ ଗିରଫ କରିବାକୁ ଏସ୍ଆଇଟି ଗଠନ କରାଯାଇଛି ବୋଲି ରେୱା ଏସ୍ପି ସୂଚନା ଦେଇଛନ୍ତି। ଧମକ ମିଳିବା ପରେ ସଂପୃକ୍ତ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



