ତୁଷାରପାତରେ ଫସିଥିବା ଶତାଧିକଙ୍କୁ ଉଦ୍ଧାରକଲା ସେନା

ଶ୍ରୀନଗର : ପ୍ରବଳ ତୁଷାରପାତ କାରଣରୁ କାଶ୍ମୀରର ଗୁରେଜ ଉପତ୍ୟକାରେ ଫସି ରହିଥିବା ଶତାଧିକ ସାଧାରଣ ଜନତାଙ୍କୁ ସୈନ୍ୟବାହିନୀର ଯବାନମାନେ ବିମାନଯୋଗେ ଉଦ୍ଧାର କରିଛନ୍ତି। ଗତ ନଭେମ୍ବରରୁ ଏହି ଉପତ୍ୟକା ମୁଖ୍ୟ ଭୂ-ଭାଗରୁ ବିଚ୍ଛିନ୍ନ ରହିଥିବାରୁ ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୨୭ତାରିଖରେ ଭାରତୀୟ ସେନାକୁ ଏହି ସୂଚନା ମିଳିବା ପରେ ମଙ୍ଗଳବାର ସେନାର ଦୱାର ଗାରିସନ୍‌ ବାଟାଲିଅନ ଅଧୀନ ଲିଓପାର୍ଡ ବ୍ରିଗେଡର ଯବାନମାନେ ବିମାନବାହିନୀ ସହଯୋଗରେ ସ୍ବତନ୍ତ୍ର ଅଭିଯାନକ୍ରମେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ମହିଳା, ୮୧ ପୁରୁଷ ଓ ୬ ଶିଶୁ ରହିଥିବାବେଳେ କେତେଜଣ ଅସୁସ୍ଥ ଓ ବୟସ୍କ ନାଗରିକ ଥିଲେ। ବୟସ୍କ ଓ ଅସୁସ୍ଥଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଏହି ଅଭିଯାନ ପାଇଁ ଦୱାର ଓ ସୋନାରୱେନ୍‌ ହେଲିପ୍ୟାଡକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା।

kalyan agarbati

Comments are closed.