ଭୁବନେଶ୍ଵର : ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି ଯଦି ଜୟ ଢୋଲକିଆ , ସ୍ଵର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ ବୋଲି ଶ୍ରୀ ପ୍ରତାପ ଜେନା କହୁଛନ୍ତି। ତାହେଲେ ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି ତାଙ୍କ ଆଦେଶକୁ ମାନୁଛନ୍ତି। ରାଜନୀତି କରନ୍ତୁ କିନ୍ତୁ , ପଶ୍ଚିମ ଓଡିଶାର ଟାଣୁଆ ନେତା ସ୍ଵର୍ଗତଃ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ କି ତାଙ୍କ ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ। ମାନବିକତା ରାଜନୀତିଠୁ ବହୁ ଉପରେ। ଏହି ସଂସ୍କୃତି ଆମକୁ ଏହି ଶିକ୍ଷା ଦିଏ।
Popular Categories



