www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ବିଚାରପତି

ପୁରୀ: ଶ୍ରୀମନ୍ଦିର ଜଗମୋହନ ସ୍ଥିତି ନିଜେ ଅନୁଧ୍ୟାନ କରିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ଶରଣ। ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦାଖଲ କରିଥିବା ସତ୍ୟପାଠର ସତ୍ୟତା ଯାଞ୍ଚ କରାଯାଇଛି। ହାଇକୋର୍ଟରେ ଏହି ମାମଲା ଏବେ ବିଚାରାଧୀନ ରହିଛି। ଶ୍ରୀମନ୍ଦିର ସୁରକ୍ଷାକୁ କୋର୍ଟ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। କୋର୍‌ କମିଟି ସୁପାରିସକୁ ଭିତ୍ତିକରି ଜଗମୋହନରେ ପ୍ରାୟ ୧୦୦ଟନ କଳଙ୍କି ବିହୀନ ଲୁହା ବିମ୍‌ ଏବଂ ପିଲର ଲଗାଯାଇଛି। କାନ୍ଥ ଓ ଛାତ ତଳେ ରହିଥିବା ଭଙ୍ଗା ପଥର ଗୁଡିକୁ ବାହାର କରାଯାଇ ନୂଆ ପଥର ସଂଯୋଗ କରାଯାଇଛି। ଚଟାଣ ଖୋଳାଯାଇ ପୁନଃନିର୍ମାଣ କରାଯିବା ସହ ଜଗମୋହନର ସ୍ଥାୟୀତ୍ୱ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ବିଶେଷଜ୍ଞ ଯାଞ୍ଚ କରିଛନ୍ତି। ଲୁହା ବିମ୍‌ ତଳେ କାରୁକାର୍ଯ୍ୟ ଖଚିତ ପଥର ଟାଇଲ ଲଗାଯାଇଛି। ଜଗମୋହନ ମରାମତି ସମୟରେ ଭଙ୍ଗାଯାଇଥିବା ଭଣ୍ଡାରଘର, ଖଟଶେଯ ଘର ଏବଂ ଚାଙ୍ଗଡା ଘର ପୁନଃନିର୍ମାଣ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଯାଇଛି।
ଶ୍ରୀମନ୍ଦିର ନାଟମଣ୍ଡପ ଗରୁଡସ୍ତମ୍ଭ ଉପର ପଥର ବିମ୍‌ରେ ସୃଷ୍ଟି ହୋଇଥିବା ଫାଟ ତଳେ ଏଏସ୍‌ଆଇ ପକ୍ଷରୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବେହେରଣ ଦ୍ୱାର ଏବଂ ଜୟବିଜୟ ଦ୍ୱାର ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀ ତାଙ୍କୁ ଅବଗତ କରାଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ନାଟମଣ୍ଡପରେ ଲୁହାଭାରା ଦିଆଯାଇଛି। ଜଗମୋହନ ଓ ନାଟମଣ୍ଡପ ସଂଯୋଗସ୍ଥଳରେ ଫାଟ ସୃଷ୍ଟି ହୋଇଥିବାରୁ ତାହାର ଜରୁରୀ ମରାମତି ପାଇଁ କୋର୍‌ କମିଟି ପରାମର୍ଶ ଦେଇଥିବା ଏଏସ୍‌ଆଇ ଜଣାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଏଏସ୍‌ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ଡଃ ହେମସାଗର ଅଭୟ ନାୟକ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଶ୍ରୀମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ବିନେ୍ଧଶ୍ୱର ପାତ୍ର ଏବଂ ଏଏସ୍‌ଆଇ ବରିଷ୍ଠ ସଂରକ୍ଷକ ଚିତ୍ତରଞ୍ଜନ ଦାଶ ଶ୍ରୀମନ୍ଦିର ଭିତରେ ମୁଖ୍ୟ ବିଚାରପତିଙ୍କୁ ଜଗମୋହନ ମରାମତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିରରୁ ଫେରିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶରଣ ଗଣମାଧ୍ୟମକୁ କହିଲେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସେ ଯାଇଥିଲେ। ଜଗମୋହନ କାର୍ଯ୍ୟ ଠିକ୍‌ଠାକ ଚାଲିଥିବା ସେ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି ଖୁବ୍‌ଶୀଘ୍ର ଜଗମୋହନ ଭିତରକୁ ଯାଇ ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ଏହାଛଡା ଜଗମୋହନରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଇବାକୁ ଆଲୋଚନା ଚାଲିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories