www.samajalive.in
Sunday, December 14, 2025
16.1 C
Bhubaneswar

୨୯ ମହିଳା ଓ ୯ ଅନୁଷ୍ଠାନକୁ ରାଷ୍ଟ୍ରପତି ପୁରସ୍କାର: ସାବରମତୀଙ୍କୁ ନାରୀଶକ୍ତି ସମ୍ମାନ

ନୟାଗଡ଼: ଅନ୍ତର୍ଜାତୀୟ ମହିଳା ଦିବସରେ ଓଡ଼ିଶାର ସ୍ୱନାମଧନ୍ୟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସାବରମତୀଙ୍କ ସମେତ ଦେଶର ୨୯ ଜଣ ପ୍ରତିଷ୍ଠିତ ନାରୀ ପ୍ରତିଭା ଏବଂ ୯ଟି ଅନୁଷ୍ଠାନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସନ୍ଧ୍ୟାରେ ମର୍ୟ୍ୟାଦା ଜନକ ‘ନାରୀଶକ୍ତି’ ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନର ଦରବାର ହଲରେ ଏହି ପରିପ୍ରେକ୍ଷୀରେ ଏକ ମନୋଜ୍ଞ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନିକା ଗାନ୍ଧୀଙ୍କ ସମେତ ବହୁ ମାନ୍ୟଗଣ ପଦାଧିକାରୀ ଉପସ୍ଥିତ ଥିଲେ।
୫୧ବର୍ଷ ବୟସ୍କା ସାବରମତୀଙ୍କ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ଗ୍ରାମ ଠାରେ ‘ସମ୍ଭବ’ ନାମରେ ଏକ ଅନୁଷ୍ଠାନ ରହିଛି। ପିତା ପ୍ରଫେସର ରାଧାମୋହନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସାବରମତୀ ପରିବେଶ ସୁରକ୍ଷା, ଚାଷୀମାନଙ୍କୁ ଜୈବିକ ଚାଷ ସମ୍ପର୍କରେ ତାଲିମ ପ୍ରଦାନ ସମେତ ମହିଳାଙ୍କ ସାମାଜିକ, ଅର୍ଥନୈତିକ ବିକାଶ
ପାଇଁ ଅନେକ ଉଲ୍ଲେଖନୀୟ କାର୍ୟ୍ୟ କରିଛନ୍ତି। ସମ୍ମାନ ଉତ୍ସବ ପରେ ସାବରମତୀଙ୍କ ସମେତ ମାତ୍ର ୪ଜଣଙ୍କୁ ବତ୍କୃତା ପ୍ରଦାନ କରିବା ପାଇଁ ସୁଯୋଗ ମିଳିଥିଲା। ପ୍ରଚାର ପ୍ରସାର ଏବଂ ପୁରସ୍କାରଠାରୁ ନିଜକୁ ଦୂରେଇ ରଖିଥିବା ସାବରମତୀ ରାଷ୍ଟ୍ରପତିଙ୍କଠାରୁ ଆଜି ପାଇଥିବା ପୁରସ୍କାର ରାଶି ନିଜେ ନରଖି ପୂର୍ବଭଳି ନିଜ ଅନୁଷ୍ଠାନକୁ ଦାନ କରିବେ ବୋଲି କହିଛନ୍ତି। ଆଜି ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସାବରମତୀଙ୍କ ସମେତ ଦିଲ୍ଲୀ ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲ, ପଞ୍ଜାବର ମହିଳା ଶିଶୁ ବିକାଶ ମନ୍ତ୍ରୀ ରାଜିଆ ସୁଲତାନା, ପଞ୍ଜାବର ମହିଳା ଶିଶୁ ବିକାଶ ଶାସନ ସଚିବ କରଣବୀର ସିଂହ ସିଦ୍ଧୁ, ଛତିଶଗଡ଼ ସ୍ପେଶାଲ ଚିଫ୍‌ ସେକ୍ରେଟାରୀ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ରାମଶିଳା ସାହୁ ଏବଂ ଛତିଶଗଡ଼ର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶାସନ ସଚିବ ଏମ୍‌.ଗୀତା ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ଆସନ୍ତାକାଲି ଏହି ପୁରସ୍କାର ବିଜୟିନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ୟ୍ୟକ୍ରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories