ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ
ଭୁବନେଶ୍ବର: ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଫେସବୁକରେ ପୋଷ୍ଟ କରିଛନ୍ତି ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି। ଫଟୋ ପୋଷ୍ଟ ସହ ବଙ୍ଗାଳୀରେ ଶ୍ରୀଜଗନ୍ନାଥ ଲେଖିଛନ୍ତି ଆକାଶ। ଫଟୋ ଭାଇରାଲ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଫେସବୁକ୍ରେ ଆକାଶ ଚୌଧୁରୀ ପୋଷ୍ଟ ଲେଖିବା ପରେ ତାହା ଭାଇରାଲ ହୋଇଛି। ସେ ବଙ୍ଗାଳି ଭାଷାରେ ଏନେଇ ସେ ଅନେକ ଟିପ୍ପଣୀ ମଧ୍ୟ କରିଛନ୍ତି। ଯାହା ପରେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା କିପରି ଗଲା ତାହାକୁ ପ୍ରଶ୍ନ ଉଠିଛି। ଏହି ଫଟୋ ଜଗମୋହନ ଭିତର ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ୁଛି। କାର୍ତ୍ତିକ ମାସରେ କିମ୍ବା ଆଜିର ଏହି ଫଟୋ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଅବକାଶ ନୀତି ସମୟରେ ଫଟୋ ନିଆଯାଇଛି।
ଆକାଶ ଚୌଧୁରୀ ଫେସ୍ବୁକ୍ରେ ଏହି ଫଟୋ ପୋଷ୍ଟ କରି ବଙ୍ଗାଳୀରେ ଲେଖିଛନ୍ତି ଯେ ‘ଆମାର ଜୀବନେର୍ ଆଜକେର୍ ଏହି ମୁହୂର୍ତ୍ତଟି କୋନଦିନ ଭୁଲବ୍ ନା। ଆଜ୍ ପୁରୀର୍ ଜଗନ୍ନାଥ ଦେବେରେ୍ ଦର୍ଶନ ହେଲା, ଏହାର ଅର୍ଥ ମୋ ଜୀବନର ଆଜିର ଏହି ମୁହୂର୍ତ୍ତଟି କୌଣସି ଦିନ ଭୁଲିବି ନାହିଁ। ଆଜି ପୁରୀର ଜଗନ୍ନାଥ ଦେବଙ୍କ ଦର୍ଶନ ପାଇଲି।
ଅନ୍ୟପଟେ ଆକାଶ ତାଙ୍କ ଫେସବୁକରେ ଏହି ଫଟୋ ପୋଷ୍ଟ କରିବା ପରେ ଡିଲିଟ କରିଦେଇଥିବା ମଧ୍ୟ ଜଣାପଡ଼ିଛି।
Comments are closed.