www.samajalive.in
Sunday, December 14, 2025
17.1 C
Bhubaneswar

ଶ୍ରୀଲଙ୍କାକୁ ୬୫,୦୦୦ ଟନ୍‍ ୟୁରିଆ ଯୋଗାଇବ ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଶୋଚନୀୟ ଆର୍ଥିକ ସଙ୍କଟ ପରିପ୍ରେକ୍ଷୀରେ ଭାରତ ଏହାକୁ ଆଉ ଏକ ସହାୟତାର ହାତ ବଢ଼ାଇଛି। ଏହା ଶ୍ରୀଲଙ୍କାକୁ ୬୫,୦୦୦ ଟନ୍‍ ୟୁରିଆ ସାର ଯୋଗାଇଦେବାକୁ ନିଷ୍ପତ୍ତି ନେଇଛି। ଭାରତରେ ଅବସ୍ଥାପିତ ଶ୍ରୀଲଙ୍କାର ହାଇକମିଶନର ମିଲିଣ୍ଡା ମୋରୋଗୋଡା ଭାରତର ସାର ବିଭାଗ ସଚିବ ରାଜେଶ ଚତୁର୍ବେଦୀଙ୍କ ସହିତ ଏକ ବୈଠକରେ ମିଳିତ ହେବା ପରେ ଶ୍ରୀଲଙ୍କାକୁ ୟୁରିଆ ଯୋଗାଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଭାରତରୁ ୟୁରିଆ ରପ୍ତାନିକୁ ନିଷେଧ କରାଯାଇଥିବାବେଳେ ଶ୍ରୀଲଙ୍କା ସରକାରଙ୍କ ଅନୁରୋଧକ୍ରମେ ଭାରତ ତାହା ଯୋଗାଇଦେବାକୁ ରାଜି ହୋଇଥିବା ଶ୍ରୀ ଚର୍ତୁର୍ବେଦୀ ପ୍ରକାଶ କରିଥିଲେ।

ପୂର୍ବରୁ ଶ୍ରୀଲଙ୍କା ସରକାର ଜୈବିକ କୃଷିକୁ ରୂପାନ୍ତରଣ ନିମନ୍ତେ ପୂର୍ବ ବର୍ଷ ରାସାୟନିକ ସାର ଆମଦାନୀ ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ହଠାତ୍‍ ଦେଶରେ ଅର୍ଥନୈତିକ ସଙ୍କଟ ଦେଖାଦେବା ସହିତ ଜୈବିକ ସାର ଅଭାବ ପରିସ୍ଥିତି ସୃଷ୍ଟି ହେବାରୁ ସେଠାରେ ଖାଦ୍ୟଶସ୍ୟ ଉତ୍ପାଦନ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଉକ୍ତ ନିଷେଧାଦେଇ ଉଠାଇନେବା ସହିତ କେତେକ ମୁଖ୍ୟ ମୁଖ୍ୟ ଫସଲରେ ରାସାୟନିକ ସାର ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories