www.samajalive.in
Monday, December 15, 2025
26.1 C
Bhubaneswar

‘ତଣ୍ଟି ଚିପି ମାରିବା ପରେ ନିଆଁ ଲଗେଇ ଦେଲି’

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଉଚ୍ଚଗାଁ ଗ୍ରାମର ଢ଼ିପାସାହିରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ଘଟଣାର ରହସ୍ୟ ଉପରୁ ପରଦା ହଟିଛି। ପାରିବାରିକ ଅଶାନ୍ତିରୁ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଆଁ ଲଗାଇ ଜାଳି ଦେଇଥିବା ନିଜେ ସ୍ବାମୀ ମଙ୍ଗଲ ମାର୍ଣ୍ଡି(୩୧) ପୁଲିସ ଆଗରେ ସ୍ବୀକାର କରିଛି। ପୁଲିସ ମଙ୍ଗଲକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ପୁଲିସ ଉକ୍ତ ରାତିରେ ଘର ଭିତରେ ଗୋଟିଏ ଖଟରେ ମଙ୍ଗଲର ପତ୍ନୀ ସୁରୁକୁନି ମାର୍ଣ୍ଡି(୨୪) ଓ ଅନ୍ୟ ଏକ ଖଟରେ ଝିଅ ସରିତା ମାର୍ଣ୍ଡି(୬) ଓ ୩ ମାସର ପୁଅ ଶୋଇଥିଲେ। କପଡା ଦ୍ୱାରା ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ଝିଅ ଓ ପୁଅର ତଣ୍ଟି ଚିପି ମାରିଦେଇଥିଲା ମଙ୍ଗଲ। ଏତିକିରେ ବି ତା’ର ରାଗ ଶାନ୍ତ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଘର ବାକ୍ସ ଭିତରୁ ଲୁଗାପଟା ଓ ବିଭିନ୍ନ କାଗଜପତ୍ର ଖଟ ଉପରେ ଓ ତଳେ ରଖି ନିଆଁ ଲଗେଇ ଦେଇ ବାହାରକୁ ପଳାଇ ଆସିଥିଲା ବୋଲି ସେ ସ୍ୱୀକାର କରିଛି । ଘଟଣାସ୍ଥଳରୁ ଅନୁସନ୍ଧାନୀ ଦଳ ଦିଆସିଲ କାଠି ଓ ବେକରେ ଲାଗିଥିବା କପଡା ଓ ଦଉଡି ଜବତ କରିଛି ବୋଲି ଏସଡିପିଓ କେକେ ହରିପ୍ରସାଦ କହିଛନ୍ତି। ଯାହାକୁ ଭିତ୍ତିକରି ମଙ୍ଗଲକୁ କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୁଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories