www.samajalive.in
Wednesday, December 10, 2025
23.1 C
Bhubaneswar

ସୁନାର ଲଙ୍କାରେ ବଢ଼ୁଛି ଭୋକ, ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଛନ୍ତି ଶ୍ରୀଲଙ୍କାବାସୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସୁନାର ଲଙ୍କା ଶ୍ରୀଲଙ୍କା । ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ୍‌ ଆକାଶ ଛୁଆଁ ହୋଇଛି । ଘଟଣାକୁ ନେଇ ଶ୍ରୀଲଙ୍କାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ଇସ୍ତଫା ଦାବି କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳୁଛି ।

୧୯୪୮ ମସିହାରେ ଶ୍ରୀଲଙ୍କା ବ୍ରିଟେନ ନିକଟରୁ ସ୍ୱାଧୀନ ହୋଇଥିଲା । ସେବେଠାରୁ ବର୍ତ୍ତମାନ ଦେଶର ଆର୍ଥିକ ସଙ୍କଟ ସବୁଠୁ ଅଧିକ ବିଗିଡ଼ିଛି ବୋଲି କୁହାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ୍‌ ହ୍ରାସ କରିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଘଟଣାକୁ ନେଇ ସୋସିଆଲ ମିଡିଆରେ ବିକ୍ଷୋଭକାରୀ ମାନେ ନିଜର ପ୍ରତିକ୍ରିୟା ରଖୁଥିବା ଦେଖିବାକୁ ମିଳୁଛି । କିଛି ବିକ୍ଷୋଭକାରୀ ରାତିରାତି ଉଜାଗର ରହି ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଥିବା ମଧ୍ୟ ନଜର ଆସିଛି ।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories