www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନ ଇତିହାସରେ ଅନାସ୍ଥା ପ୍ରସ୍ତାବରେ ପରାସ୍ତ ପ୍ରଥମ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ଇମ୍ରାନ ଖାନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଜାତୀୟ ସଭାରେ ଅନାସ୍ଥା ପ୍ରସ୍ତାବରେ ପରାସ୍ତ ହୋଇଛନ୍ତି। ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା ସତ୍ତ୍ୱେ ଗତ ମଧ୍ୟରାତ୍ରିରେ ଏଥିପାଇଁ ହୋଇଥିବା ମତଦାନରେ ୩୪୨ ସଦସ୍ୟ ଆସନ ବିଶିଷ୍ଟ ଗୃହରେ ୧୭୪ ଜଣ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଶାସକ ପାକିସ୍ତାନ ତେହେରିକ୍-ଇ ର ସଦସ୍ୟମାନେ ଭୋଟ ଗ୍ରହଣ ସମୟରେ ଗୃହରେ ଅନୁପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନରେ ଏପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ୫ ବର୍ଷ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି। ଇମ୍ରାନ ଖାନ ବିରୋଧୀଦଳର ଅମାସଟା ପ୍ରସ୍ତାବ ପଦକ୍ଷେପକୁ ବିଦେଶୀ ଷଡଯନ୍ତ୍ର ସହିତ ଯୋଡିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କର କିଛି ଭାଷଣରେ ଆମେରିକାକୁ ସିଧା ସଳଖ ଟାର୍ଗେଟ ମଧ୍ୟ କରିଥିଲେ। ତେବେ ଆମେରିକା ତାଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି।

- Advertisement -

ଇମ୍ରାନ ଖାନ ନିଆଜି ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର, ଯିଏକି ୧୯୯୨ ବିଶ୍ୱକପ ଫାଇନାଲରେ ଦେଶକୁ ଜିତାଇବା ପରେ କ୍ରିକେଟରୁ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ। ସେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଟନ୍ତି। ୧୯୯୭ରେ ସେ ପ୍ରତିଷ୍ଠା କରିଥିବା ତାଙ୍କର ରାଜନୈତିକ ସାମ୍ମୁଖ୍ୟ, ସରିଫ ଓ ଭୁଟ୍ଟୋଙ୍କ ରାଜନୈତିକ ଧାରଣାକୁ ପ୍ରତିହତ କରିବା ପାଇଁ ୨୦୧୩ ପରେ ତାଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲା।

୨୦୧୬ ମସିହାରେ ଖାନଙ୍କୁ ପାନାମା ପେପର ଲିକ ପ୍ରସଙ୍ଗରେ ଏକ ବିଶାଳ ସମାବେଶର ଆୟୋଜନ କରିବା ପରେ ସେଠାକାର ସେନା ତାଙ୍କୁ ସମର୍ଥନ କରିଥିଲା। ୧୯୯୭ରେ ସେ ନିଜର ପାକିସ୍ଥାନ ତେହେରିକ୍-ଇ ଇନସାଫ୍ ଦଳ ପ୍ରତିଷ୍ଠା କରିଥିଲେ। ୨୦୦୨ ଅକ୍ଟୋବର ନିର୍ବାଚନରେ ଇମ୍ରାନ ଜାତୀୟ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ମିଆନୱାଲିରୁ ବିଜୟ ଲାଭ କରି ୨୦୦୭ ପର୍ଯ୍ୟନ୍ତ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ୨୦୧୮ରେ ଇମ୍ରାନ ଖାନ ୧୭୬ ଭୋଟ୍ ଜିତି ପାକିସ୍ତାନରେ କ୍ଷମତାକୁ ଆସିଥିଲେ।

ପରିବାରର ସପ୍ତମ ସଦସ୍ୟ ଇମ୍ରାନ ଖାନ ୧୯୫୨ ନଭେମ୍ବର ୨୫ରେ ପାକିସ୍ତାନର ଲାହୋରର ଏକ ପାଶ୍ଟୁନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଲାହୋରର ଆଇଚିସନ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଉଚ୍ଚଶିକ୍ଷା ପାଇଁ ଅକ୍ସଫୋର୍ଡ ଯାଇଥିଲେ। ଖାନ ସମାଜସେବୀ ଜେମିମା ଗୋଲ୍ଡସ୍ମିଥଙ୍କୁ ବିବାହ କରିଥିଲେ ଯିଏ ୧୯୯୫ ମେ ୧୬ରେ ପ୍ୟାରିସରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଜେମିମା ଖାନ ପାକିସ୍ତାନୀ ସଂସ୍କୃତି ସହ ଖାପ ଖୁଆଇ ନ ପାରିବାରୁ ୨୦୦୪ ଜୁନରେ ଆଠ ବର୍ଷ ପରେ ଛାଡପତ୍ର ନେଇଥିଲେ।

ଖାନ ୧୩ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ପ୍ରଥମେ ତାଙ୍କ କଲେଜ ପାଇଁ ଖେଳୁଥିଲେ ଏବଂ ପରେ ଇଂରାଜୀ କାଉଣ୍ଟି ୱର୍କେଷ୍ଟରର ପ୍ରତିନିଧିତ୍ୱ କରିଥିଲେ। ସେ ବର୍ମିଂହାମରେ ୧୯୭୧ ଇଂରାଜୀ ସିରିଜରେ ୧୮ ବର୍ଷ ବୟସରେ ପାକିସ୍ତାନ ପାଇଁ ଖେଳିବା ଆରମ୍ଭ କରିଥିଲେ। ଖାନ ୭୫ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ତାଙ୍କ ମା’ଙ୍କ ସ୍ମୃତିରେ ସେ ଶୌକତ ଖାନୁମ ମେମୋରିଆଲ୍ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ, ଯାହାକି କର୍କଟ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ରୋଗର ଗବେଷଣା ଏବଂ ବିକାଶ ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories