www.samajalive.in
Wednesday, December 10, 2025
16.1 C
Bhubaneswar

୧୦୦୦ କୋଟି କ୍ଲବରେ ‘ଆରଆରଆର’: ଆୟ କ୍ଷେତ୍ରରେ ଦେଶରେ ତୃତୀୟ

ମୁମ୍ବଇ: ଏପରି ଏକ ସମୟ ଥିଲା ଯେତେବେଳେ ​‌କୌ​‌ଣସି ଚଳଚ୍ଚିତ୍ର ଯଦି ୧୦୦ କୋଟି କ୍ଲବରେ ସାମିଲ ହୁଏ, ତାହେଲେ ତାକୁ ସଫଳ ଫିଲ୍ମ କୁହାଯାଉଥିଲା। ପ୍ରତ୍ୟେକ ଅଭିନେତାଙ୍କର ଆଶା ଥାଏ ଯେ, ତାଙ୍କ ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହେଉ। କିନ୍ତୁ ଦେଖୁ ଦେଖୁ ସମୟ କେତେ ବଦଳିଯାଇଛି। ୧୦ ବର୍ଷ ପୂର୍ବେ ୧୦୦ କୋଟି ଏକ ବଡ଼ ସଂଖ୍ୟା ଭାବେ ବିବେଚିତ ହେଉଥିବା ବେଳେ ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ କଥା ପରି ମନେ ହେଉଛି। ଏସ୍‌ ଏସ୍‌ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ କଥା ହିଁ ଦେଖନ୍ତୁ। ଏହା ମଧ୍ୟରେ ଚଳଚ୍ଚିତ୍ର ମୋଟ୍‌ ୧୦୦୦ କୋଟି ଟଙ୍କାର ଆୟ କରିସାରିଲାଣି।

ଏବେ ବକ୍ସ ଅଫିସରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକର ପ୍ରାଧାନ୍ୟ ବିସ୍ତାର ହେବାରେ ଲାଗିଛି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ମୁକ୍ତିଲାଭ କରୁଛି ଓ ଜବରଦସ୍ତ ଆୟ ମଧ୍ୟ କରୁଛି। କିଛିଦିନ ପୂର୍ବେ ‘ପୁଷ୍ପା’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ର ଝଡ଼ ଥମିବାର ନାଁ ନେଉନାହିଁ। ଏହା ରାଜାମୌଲୀଙ୍କ ସୁପର୍‌ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ର ରେକର୍ଡ଼ ମଧ୍ୟ ଭାଙ୍ଗୁଥିବା ନଜର ଆସିଛି। ବିଶ୍ବବ୍ୟାପୀ ଆୟ କଥା କହିବାକୁ ଗଲେ, ‘ଆରଆରଆର’ ଚଳଚ୍ଚିତ୍ର ୧୦୦୦ କୋଟିର ବ୍ୟବସାୟ କରିଥିବା ଦେଶର ତୃତୀୟ ଚଳଚ୍ଚିତ୍ର ପାଲଟିଛି।

- Advertisement -

ମନୋବାଲା ବିଜୟବାଲନ ଚଳଚ୍ଚିତ୍ରର ସଦ୍ୟତମ ଆୟ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ମୁତାବକ, ଏହି ଫିଲ୍ମ ୧୬ତମ ଦିନରେ ବିଶ୍ବସ୍ତରରେ ୧୦୦୦ କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ କେବଳ ପ୍ରଭାସଙ୍କ ‘ବାହୁବଳୀ-୨’ ଓ ଅମୀର ଖାନଙ୍କ ‘ଦଙ୍ଗଲ’ ଏହି ସ୍ତରରେ ପହଞ୍ଚି ପାରିଛନ୍ତି। ତେବେ ଆଗାମୀ ଦିନରେ ‘ଆରଆରଆର’ ଦେଶର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରର ନିର୍ଦେଶକ ଏସ୍‌ ଏସ୍ ରାଜାମୌଲୀ ବଡ଼ ବଜେଟ୍‌ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା। ‘ଆରଆରଆର’ର ବଜେଟ୍‌ ମଧ୍ୟ ପ୍ରାୟ ୫୫୦ କୋଟି ଟଙ୍କା ରହିଛି। ଫିଲ୍ମ ମୂଳ ଟଙ୍କା ଉଠାଇ ସାରି ଏହାର ଦୁଇ ଗୁଣା ଆୟ ଆଡ଼କୁ ଗତି କରୁଛି। ଏଥିରେ ଜୁନିଅର ଏନଟିଆର ଓ ରାମ ଚରଣ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ଅଲିଆ ଭଟ୍ଟ, ଅଜୟ ଦେବଗନ, ଓଲିଭିଆ ମୋରିସ୍‌, ଶ୍ରିୟା ସରଣ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

 

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories