ପରିକ୍ରମା ପ୍ରକଳ୍ପ ପାଇଁ ଚାଉଳ, ଗୁଆ ସଂଗ୍ରହ କରୁଛି ଶ୍ରୀଜଗନ୍ନାଥ ରଥ
ପୁରୀ: ଜାନୁଆରୀ ୧୭ତାରିଖରେ ରହିଛି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ଜାନୁଆରୀ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ । ଏଥିଲାଗି ରାଜ୍ୟବ୍ୟାପି ଶ୍ରୀଜଗନ୍ନାଥ ରଥ ପରିକ୍ରମା କରୁଛି। ଏହି ରଥ ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପ୍ରତି ଗାଁକୁ ଗାଁ ପରିକ୍ରମା କରି ଗୁଆ , ଚାଉଳ ଏବଂ ନଡିଆ ସଂଗ୍ରହ କରୁଛି। ପିଇଓ ଏବଂ ଜିଆରଏସ୍ ମାନେ ମୁଖ୍ୟତଃ ଏହାର ଦାୟିତ୍ବରେ ରହିଛନ୍ତି।
ଆଜି ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରୁଛି। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ଏଭଳି ଅଭିନବ ଉପାୟ ଅବଲମ୍ବନ କରାଯାଇଛି।
Comments are closed.