ୱାଶିଂଟନ : ଟଳିଗଲା ବଡ ବିପଦ। ବର୍ତ୍ତିଗଲେ ପ୍ରାୟ ୧୭୪ ଜଣ ବିମାନ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ। ଘଟଣା କ୍ରମେ ଆଲାସ୍କା ଏୟାରଲାଇନ୍ସର ଏକ ବିମାନ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନ ଉଡାଣର କିଛି ସମୟ ପରେ ୧୬ ହଜାର ଫୁଟ ଉଚ୍ଚତାରେ ହଠାତ୍ ଏହାର କବାଟ ଖୋଲି ଯାଇଥିଲା। ଫଳରେ ଏହାକୁ ଜରୁରୀ ଅବତରଣ କରାଗଲା।
କଏଦ ହୋଇଥିବା ଭିଡିଓ ଅନୁଯାୟୀ, ମଧ୍ୟମ କ୍ୟାବିନ୍ର କବାଟ ବିମାନଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ବିମାନ ଉଡାଣ ଭରିବାର କିଛି ସମୟ ପରେ ଏଭଳି ଘଟିଥିଲା। ବିମାନର କବାଟ ଖୋଲିବା ପରେ ଏହାକୁ ତୁରନ୍ତ ସୁରକ୍ଷିତ ଭାବେ ପୋର୍ଟଲ୍ୟାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଗଲା। ବିମାନଟି ପୋର୍ଟଲ୍ୟାଣ୍ଡରୁ କାଲିଫର୍ନିଆର ଅନଟାରିଓକୁ ଯାଉଥିଲା। ଏଭଳି କେଉଁ କାରଣରୁ ଘଟିଛି ସେନେଇ ତଦନ୍ତ କରାଯାଉଛି ବୋଲି ଆଲାସ୍କା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି।
ମଝି ଆକାଶରେ ଥିଲା ବିମାନ ; ହଠାତ୍ ଖୋଲିଗଲା କବାଟ, ହେଲା ଜରୁରୀ ଅବତରଣ
Popular Categories



