www.samajalive.in
Saturday, December 6, 2025
26.1 C
Bhubaneswar

ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ପାତ୍ରପୁର : ପାତ୍ରପୁର ବ୍ଳକ ଖାରିଆ ଗୁଡ଼ା ଡୋକି ସନ୍ୟାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୁରଙ୍ଗୀ ଜିଲ୍ଲା ପରିଷଦ ସଦସ୍ୟା ପିଙ୍କି ବଡ଼ ମୁଣ୍ଡି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଜି କୃତିବାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଡ଼ା ଶ୍ରୀନିବାସ ଷଡ଼ଙ୍ଗୀ ,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର, ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ଡା ସୁଦର୍ଶନ ଗୌଡ଼, ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମୁର୍ମୁ, ଯୋଗ ଦେଇ ସରକାର କ୍ରୀଡା କ୍ଷେତ୍ରରେ ଉନ୍ନତି କରିବା ସହ ପିଲାଙ୍କୁ ସାମିଲ ପାଇଁ ଜାରି ରଖି ଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ। ଅଧ୍ୟାପକ ଅନିଲ କୁମାର ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପକ ତପନ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ୍ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ରଞ୍ଜିତ କୁମାର ମିଶ୍ର, ମନୋରଞ୍ଜନ ନାୟକ, ବାଳକୃଷ୍ଣ ପାତ୍ର, ଦିବାକର ପଣ୍ଡା, କୃଷ୍ଣ ଚନ୍ଦ୍ର ପ୍ରଧାନ, ନରସିଂହ ମିଶ୍ର ଡି ପ୍ରଫୁଲ୍ଲ କୁମାର ସହଯୋଗ କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories