www.samajalive.in
Friday, December 5, 2025
26.1 C
Bhubaneswar

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ – କମିଶନର

ଭୁବନେଶ୍ୱର : ସାରା ରାଜ୍ୟରେ ଶନିବାର ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନର ତୃତୀୟ ଦିନ ଚାଲିଥିବା ବେଳେ ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ରହିବା ନେଇ ପରିବହନ କମିଶନରଙ୍କ ପକ୍ଷରୁ ଶନିବାର ସୂଚନା ମିଳିଛି। ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି। ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି। ପରିବହନ ବିଭାଗକୁ ସହଯୋଗ କରି ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି।
ମାତ୍ର ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ସେପେଟେ ଆଉ ଏକ ଟ୍ୱଇଷ୍ଟ ଦେଖାଯାଇଛି। ସ୍ଥଗିତ କଥା ଆମେ ଜାଣି ନାହୁଁ ବୋଲି ଆନ୍ଦୋଳନରତ ଡ୍ରାଇଭର କହିଛନ୍ତି। କଟକ ଗୋପାଳପୁରରେ ଆନ୍ଦୋଳନ କରୁଥିବା ଡ୍ରାଇଭର ଏଭଳି ମନ୍ତବ୍ୟ ଦେଇଛନ୍ତି। ସ୍ଥଗିତ ରହିବା ନେଇ ଆମ ରାଜ୍ୟ ସଭାପତି କିଛି କହି ନାହାଁନ୍ତି। ସଭାପତି ନକହିବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories