ସନରାଇଜର୍ସକୁ ଜିତାଇଲେ ତ୍ରିପାଠୀ, ମାର୍କରାମ

ମୁମ୍ବଇ : ରାହୁଲ ତ୍ରିପାଠୀ ଓ ଆଇଡେନ ମାର୍କରାମଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦରାବାଦ୍‌ ତୃତୀୟ ବିଜୟ ହାସଲ କରିଛି । ଶୁକ୍ରବାର ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯାଇଥିବା ୨୫ତମ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ୭ ୱିକେଟରେ କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ନିତିଶ ରାଣା ଓ ଆ​‌େ​‌ନ୍ଦ୍ର ରସେଲଙ୍କ ଦାୟିତ୍ବପୂର୍ଣ୍ଣ ଇନିଂସ ବଳରେ କଲକାତା ୧୭୫ରନ କରିଥିଲା। ୧୭୬ରନ ବିଜୟ ଲକ୍ଷ୍ୟକୁ ସନରାଇଜର୍ସ ୧୩ଟି ବଲ ବାକିଥାଇ ୩ ୱିକେଟ ବିନିମୟରେ ସଂଗ୍ରହ କରିନେଇଥିଲା।
ସନରାଇଜର୍ସ ବ୍ୟାଟିଂ ଆରମ୍ଭ କରି ୩୯ରନ ମଧ୍ୟରେ ଦୁଇ ଓପନରଙ୍କୁ ହରାଇଥିଲା। ଅଭିଷେକ ଶର୍ମା ୩ ଓ ଅଧିନାୟକ କେନ୍‌ ୱିଲିୟମସନ ୧୭ରନ କରି ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ ରାହୁଲ ତ୍ରିପାଠୀ ଓ ଆଇଡେନ ମାର୍କରାମ ଦ୍ରୁତ ଗତିରେ ରନ କରିଥିଲେ। ଉଭୟେ ୫୪ଟି ବଲରୁ ୯୪ରନ ସଂଗ୍ରହ କରିଥିଲେ। ସ୍କୋର ୧୩୩ରନ ଥିବାବେଳେ ରାହୁଲ ୩୭ଟି ବଲରୁୁ ୬ଟି ଛକା ଓ ୪ଟି ଚୌକା ସହ ୭୧ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ମାର୍କରାମ ଓ ନିକୋଲାସ ପୁରନ ଅବିଭାଜିତ ୪୩ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ମାର୍କରାମ ୩୬ଟି ବଲରୁ ୬ଟି ଚୌକା ଓ ୪ଟି ଛକା ସହ ୬୮ ଓ ପୁରନ ୫ରନ କରି ଅପରାଜିତ ରହିଥିଲେ। କଲକାତା ପକ୍ଷରୁ ରସେଲ ୨ଟି ଓ କମିନ୍‌ସ ଗୋଟିଏ ୱିକେଟ ନେଇଥିଲେ।
ସନରାଇଜର୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କଲକାତା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ୩୧ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ଭେଙ୍କଟେଶ ଆୟାର ୬, ଆରୋନ ଫିଞ୍ଚ ୭ ଓ ସୁନୀଲ ନାରିନ ୬ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ଅଧିନାୟକ ଶ୍ରେୟାସ ଆୟର ଓ ନିତିଶ ରାଣା ୩୯ରନ ଯୋଡିଥିଲେ। ସ୍କୋର ୭୦ରନ ଥିବାବେଳେ ଶ୍ରେୟାସ ୨୮ରନ କରି ଆଉଟ୍‌ ହୋଇଥିଲେ। ସେଲଡନ ଜ୍ୟାକସନ୍ ମଧ୍ୟ ୭ରନ କରି ଆଉଟ୍‌ ହୋଇଥି​‌େ​‌ଲ। କଲକାତା ୧୦୩ରନରେ ୫ଟି ୱିକେଟ ହରାଇଥିଲା। ​ଷଷ୍ଠ ୱିକେଟରେ ରାଣା ଓ ଆ​‌େ​‌ନ୍ଦ୍ର ରସେଲ ୩୯ରନ ସଂଗ୍ରହ କରିଥିଲେ। ୧୪୨ରନ ସ୍କୋର ଥିବାବେଳେ ରାଣା ୩୬ଟି ବଲରୁ ୬ଟି ଚୌକା ଓ ୨ଟି ଛକାସହ ୫୪ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ରସେଲଙ୍କ ୨୫ ବଲରୁ ୪ଟି ଛକା ଓ ୪ଟି ଚୌକା ସହ ଅପରାଜିତ ୪୯ରନ ବଳରେ କଲକାତା ୨୦ ଓଭରରେ ୮ ୱିକେଟ ହରାଇ ୧୭୫ରନ କରିବାକୁ ସକ୍ଷମ ହୋଇଥିଲା। ସନରାଇଜର୍ସ ପକ୍ଷରୁ ଟି ନଟରାଜନ ୩ଟି ଓ ଉମ୍ରାନ ମଲ୍ଲିକ ୨ଟି ୱିକେଟ ନେଇଥିଲେ। ସନରାଇଜର୍ସ ହାଇଦରାବାଦ୍‌ ୫ ମ୍ୟାଚରୁ ୩ୟ ବିଜୟ ସହ ୬ ପଏଣ୍ଟ ପାଇ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ କଲକାତା ନାଇଟ୍‌ ରାଇଡର୍ସ ୬ଷ୍ଠ ମ୍ୟାଚରୁ ୩ୟ ପରାଜୟ ସହ ୬ ପଏଣ୍ଟ ପାଇ ୪ର୍ଥ ସ୍ଥାନକୁ ଖସି ଆସିଛି।

kalyan agarbati

Comments are closed.