www.samajalive.in
Tuesday, December 9, 2025
26.1 C
Bhubaneswar

ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମୁଛି- ଏସଆରସି

ଭୁବନେଶ୍ୱର : ଗତକାଲି ଠାରୁ ହୀରାକୁଦ ଡ୍ୟାମର ୪୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସ୍ବତନ୍ତ୍ର ରିଲିଫ କମିଶନର (ଏଆରସି) ପ୍ରଦୀପ ଜେନା ଆଶ୍ବସ୍ତିକର ସୂଚନା ଟ୍ବିଟ କରି ଜଣାଇଛନ୍ତି। ଆଜି ଭୋର ୪ଟା ବେଳୁ ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ଏହା ଆଗକୁ ଆହୁରି କମିବାର ଆଶା କରାଯାଉଛି ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

ଏହା ସହିତ ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେଜ୍ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ମୁଣ୍ଡଳିରେ ଏହି ସ୍ଥିତି ଜାରି ରହିପାରେ। ସେହିପରି ମହନଦୀ ଫୁଲିବା ଯୋଗୁଁ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢିଛି କଟକ ଜିଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବାହ୍ୟଜଗତରୁ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବିଛିନ୍ନ ହୋଇଯାଇଛି।

- Advertisement -


ବୈତରଣୀ ଓ ବ୍ରାହ୍ମଣୀ ନଦୀ ଜଳସ୍ତର କମୁଛି। ବନ୍ୟା ପ୍ରଭାବିତ ସମସ୍ତ ବ୍ଲକରେ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି। ଯାଜପୁର ବରୀ ବ୍ଲକରୁ ସ୍ବତନ୍ତ୍ର ଧ୍ୟନା ଦିଆଯାଇଛି। ବରୀରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୧୭ ଅଧିକାରୀ ନିୟୋଜିତ ହୋଇଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories