ଶ୍ରାବଣ ସୋମବାର : କୁଶଳେଶ୍ଵର ପୀଠରେ କାଉଡ଼ିଆ ଭକ୍ତଙ୍କ ଭିଡ
କେଶଦୁରାପାଳ : ଶ୍ରାବଣ ମାସର ସୋମବାର କାଉଡ଼ିଆ ମାନଙ୍କ ପାଇଁ କୁଶଳେଶ୍ଵର ପୁରାତନ ଶୈବପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ୨ ବର୍ଷ କୋରୋନା କଟକଣା ପରେ ଭକ୍ତ ମାନଙ୍କ ମନରେ ଉତ୍ସାହ ଥିବାର ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ସମସ୍ତ ଶିବାଳୟରେ କାଉଡିଆ ମାନଙ୍କର ଭିଡ଼ ଦେଖବାକୁ ମିଳିଥିବା ବେଳେ ଭକ୍ତମାନଙ୍କ ପାଇଁ ଜିଲ୍ଲାର ସର୍ବ ପୁରାତନ କୁଶଳେଶ୍ଵର ଶୈବପୀଠରେ ଜଳ ଲାଗି କରିଛନ୍ତି । ବହୁ ଦୂରଦୁରାନ୍ତର ଶ୍ରଦ୍ଧାଳୁମାନେ କାନ୍ଧରେ ପାଣି ଭାର ଧରି ଖାଲିପାଦରେ ଚାଲି ଚାଲି ଆସି କୁଶଳେଶ୍ଵର ପୀଠରେ ପହଁଚିତିଲେ। କୁଶେଇ ନଦୀ ପୀଠରୁ ଆରମ୍ଭ କରି ପ୍ରତି ୪ କୋଶ ଦୂରତାରେ ଅବସ୍ଥିତ ଅନେକ ଶୈବପୀଠରେ ଜମିଛି ଭକ୍ତଙ୍କ ଭିଡ଼ । ପୂଣ୍ୟତୋୟା ବୈତରଣୀ ନଦୀରୁ ଜଳ ନେଇ ଏଥିପାଇଁ ଭକ୍ତମାନେ ଆସି ପହଞ୍ଚିଥିଲେ। ଝାଡ଼େଶ୍ଵର ମନ୍ଦିର ପରିସରରେ ସୁଦୂର ସମୂଲପୁରରୁ ପିଲାଠାରୁ ବୂଢା ଯାଏ ଭକ୍ତମାନେ ଆସି ପହଞ୍ଚିଥିଲେ । ସେମାନେ ଗତ କାଲି ଜିଲ୍ଲାର ସର୍ବ ପୁରାତନ କୁଶଳେଶ୍ଵର ଶୈବପୀଠରେ ଜଳ ଲାଗି କରିଥିବାର ଜଣାପଡିଛି । ଏଥିସହିତ ବାଲୁଙ୍କେଶ୍ଵର, ବେଳେଶ୍ଵର, ହ।ବେଳେଶ୍ଵର, ଉତ୍ତରେଶ୍ଵର , ଆନ୍ଦେଶ୍ଵର, ପଦ୍ମେଶ୍ଵର ଆଦି ବିଭିନ୍ନ ଶୈବପୀଠରେ ଶହ ଶହ ସଂଖ୍ୟାରେ କାଉଡିଆ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାବୁ ମିଳିଛି ।
Comments are closed.