www.samajalive.in
Monday, December 15, 2025
16.1 C
Bhubaneswar

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ପାଇଁ ଜନଜାତି ବିଦ୍ୟାଳୟରେ ସାନ୍ତାଳି ନୃତ୍ୟ ପ୍ରଦର୍ଶନ

ଗୁରୁଡିଝାଟିଆ: ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ଆସନ ମହାମହିମ ରାଷ୍ଟ୍ରପତି ପଦରେ ଆଜି ଶପଥ ଗ୍ରହଣ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡିଆ ମାଆର ସୁଯୋଗ୍ୟା ସନ୍ତାନ। ତାଙ୍କର ଦେଶର ସର୍ବୋଚ୍ଚ ଆସନ ଆସୀନ ହେବା ସାଢେ ୪କୋଟି ଓଡିଆଙ୍କ ଗର୍ବ ଓ ଗୌରବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ପ୍ରାୟ ୩ଶହରୁ ଅଧିକ ଛାତ୍ରୀମାନେ ମହାମହିମ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଜକୁ ନୃତ୍ୟ ଓ ଗୀତରେ ହଜାଇ ଦେଇଥିଲେ। ସାନ୍ତାଳି ନୃତ୍ୟ ସାଙ୍ଗକୁ ଆଦିବାସୀ ନୃତ୍ୟ ସଂଗୀତରେ ବିଦ୍ୟାଳୟ ପରିବେଶ ଉଚ୍ଚୁଳି ପଡିଥିଲା।

 

- Advertisement -

ଆମେ ବି ମଧ୍ୟ ହାରିବୁ ନାହିଁ। ପ୍ରତିକୂଳ ପରିବେଶ ଭିତରେ ଆଗକୁ ଯାଇ ଗାଁ,ରାଜ୍ୟ ଓ ଦେଶର ନାମ ରଖିବୁ ଆମ ରାଷ୍ଟ୍ରପତିଙ୍କ ଭଳି ବୋଲି ଛାତ୍ରୀମାନେ କହିଥିଲେ। ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷୟିତ୍ରୀ ସବିତା ଘଡେଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ସର୍କଲ ଇନ୍ସପେକ୍ଟର ସଂଗୀତା ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ,ପଞ୍ଚାୟତ ଜନପ୍ରତିନିଧି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଂଯୋଜନାରେ ସାନ୍ତାଳି ନୃତ୍ୟ, ଜନଜାତି ନୃତ୍ୟ ଓ ସଂଗୀତ ପରିବେଷିତ ହୋଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆଠଗଡ ବ୍ଳକ ଅନ୍ତର୍ଗତ ମାଧବପୁର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ବିଦ୍ୟାର୍ଥୀମାନେ ସାମିଲ ହୋଇଛନ୍ତି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories